ନାତୁଣୀଙ୍କୁ ଧରି ସୁନା ଦୋକାନ ସଫା କରୁଥିଲେ ଆଈ

Bhadrak Police Detained 3 Women For Gold Ornament Loot

ଭଦ୍ରକ: ଭଦ୍ରମୁଖା ତଳେ ଚୋର ଚେହେରା । ଏମାନେ ଏମିତି ସେମିତି ଚୋର ନୁହଁନ୍ତି । ବେଶଭୂଷାରେ ସମ୍ଭ୍ରାନ୍ତ ଦିଶୁଥିବା ଏହି ୩ ମହିଳା ଆଖି ଆଗରେ ବୁଲାଉଥିଲେ କଳାକନା । ଅତି ଚଞ୍ଚକତାର ସହ ଗହଣା ଦୋକାନରୁ ଲୁଟୁଥିଲେ ସୁନା, ରଖି ଦେଉଥିଲେ ଇମିଟେସନ୍ । ଲେଡି ଲୁଟେରାଙ୍କ ଏମିତି କାରନାମା ଧରା ପଡ଼ିଯାଇଛି । ସୁନା କିଣିବାକୁ ଆସିବାକୁ ଆସିଥିବା ୩ ମହିଳା ଏବେ ଜେଲରେ ।

Bhadrak Police Detained 3 Women For Gold Ornament Loot

ବୁଧବାର ସନ୍ଧ୍ୟା । ଜମି ଆସୁଥାଏ ବେପାର । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ବଜାରରେ ଥିବା ମା’ ତାରିଣୀ ଜୁଏଲର୍ସରେ ପହଞ୍ଚିଥିଲେ ଗୋଟିଏ ପରିବାରର ତିନିଜଣ । ସମ୍ପର୍କରେ ଆଈ, ନାତୁଣୀ ଓ ଝିଅ । ଆମ୍ଭ ହେଲା ସୁନା ଦେଖା । କାନଫୁଲରୁ ମୁଦି ଗୋଟିକ ଗୋଟିକ ପରେ ଗୋଟିଏ ଅଳଙ୍କାର ଦେଖିଲେ । ସୁନା କିଣିବା ବାହାନାରେ ସାଙ୍ଗରେ ଆଣିଥିବା ଇମିଟେସନକୁ ସୁନା ଜାଗାରେ ରଖି ଦେଉଥିଲେ । ଏହା ଉପରେ ପଡ଼ିଥିଲା ଦୋକନୀଙ୍କ ନଜର ।

Bhadrak Police Detained 3 Women For Gold Ornament Loot

ଦୋକାନୀ ଜଣଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ଚତୁରାତର ସ୍ଥାନୀୟ ଲୋକଙ୍କୁ ଖବର ଦେଇ ବାହାରୁ ଜୁଏଲର୍ସ ଗ୍ରୀଲ୍ ପକାଇ ପୋଲିସକୁ ଖବର ଦେଇଥିଲେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ସୁନା ଲୁଟ୍ କରୁଥିବା ୩ ଜଣ ମହିଳାଙ୍କୁ ଧରିବା ସହ ଇମିଟେସନ୍ ଅଳଙ୍କାର ଜବତ କରିଛି । ଥାନାକୁ ନେଇ ୩ ମହିଳାଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ଠାରୁ ବିପୁଳ ଇମିଟେସନ୍ ସହ ନଗଦ ୪୯ ହଜାର ଟଙ୍କା ଜବତ କରାଯାଇଛି ।

Bhadrak Police Detained 3 Women For Gold Ornament Loot

ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ କରୁଛି । ତେବେ, ଗ୍ରାହକ ବେଶରେ ଲୁଟ୍ ପାଇଁ ଆସିଥିବା ମହିଳାମାନେ ସ୍ଥାନୀୟ ଅଞ୍ଚଳର ନୁହଁନ୍ତି । ପଡ଼ୋଶୀ ପଶ୍ଚିମବଙ୍ଗର ଆସାନସୋଲରୁ ଆସି ଏମାନେ ଭଦ୍ରକରେ ଲୁଟ୍ ଷଡ଼ଯନ୍ତ୍ର ରଚିଥିଲେ । ତେବେ, ଏମାନଙ୍କ ବିରୋଧରେ ପୂର୍ବରୁ କିଛି ଲୁଟ୍ ଅଭିଯୋଗ ରହିଛି କି ନାହିଁ ତାର ତଦନ୍ତ କରୁଛି ପୋଲିସ ।

Leave a Reply