ଖୋଲା ଆକାଶ ତଳେ ୫ ପରିବାର: ପୋଡ଼ି ଗଲା ଲକ୍ଷାଧିକ ଟଙ୍କା ସହ ଗହଣା ଓ ଗୁରୁତ୍ୱପୂର୍ଣ୍ଣ ସାର୍ଟିଫିକେଟ

ଭଦ୍ରକ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ ଟି ପରିବାରର ୬ ବଖରା ଘର । ଳକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡି ପାଉଁଶ । ଭଦ୍ରକ ଗ୍ରାମାଞ୍ଚଳ ଥାନା ବଙ୍ଗାଳି ସାହିରେ ଘଟିଛି ଏଭଳି ଘଟଣା । ସକାଳ ସମୟରେ, ଘରେ ଗ୍ୟାସ ଲିକ ହୋଇ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ଚାହୁଁ ଚାହୁଁ ୬ ବଖରା ଘର ଜଳି ଯାଇଥିଲା । ଘରେ ଥିବା ଟଙ୍କା, ପଇସା, ଧାନ ଓ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଘରେ ଥିବା ନଗଦ ଲକ୍ଷାଧିକ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ ସାର୍ଟିଫିକେଟ ଜଳି ଯାଇଛି । ଭଦ୍ରକରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି ।

ଆଜି ସକାଳେ ଗ୍ୟାସ୍ ଲିକ୍ ହେବା ଫଳରେ ହଠାତ୍ ଗୋଟିଏ ଘରେ ନିଆ ଲାଗିଥିଲା । କିନ୍ତୁ ପରେଆଖି ପିଛୁଳାକେ ନିଆଁ ୬ ବଖରା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ଏହାକୁ ଦେଖି ଭୟଭୀତ ହୋଇ ଘର ଲୋକେ ବାହାରକୁ ଚାଲି ଆସିଥିଲେ । କିନ୍ତୁ ଘରେ ଥିବା କୌଣସି ଜିନିଷକୁ ଆଣିବାକୁ ସଫଳ ହୋଇପାରି ନଥିଲେ । ନିଆଁ ଲିଭାଇବାକୁ ପରିବାର ଲୋକଙ୍କ ସହ ମିଶି ଗାଁ ଲୋକେ ଚେଷ୍ଟା କରିଥିଲେ ହେଁ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ତାହାକୁ ଲିଭାଇବା ଅସମ୍ଭବ ହୋଇଥିଲା । ଏହାର କିଛି ସମୟ ପରେ ଘଟଣା ସ୍ଥଳରେ ଅଗ୍ନଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।

ଏସବୁ ମଧ୍ୟରେ ୫ଟି ପରିବାର ଖୋଲା ଆକାଶ ଅସହାୟ ହୋଇ ପଡ଼ି ରହିଛନ୍ତି । ତେବେ ପ୍ରଶାସନ ତରଫରୁ ସେମାନଙ୍କୁ ସାହାଯ୍ୟ କରିବାକୁ ଆରଆଇ  ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏବଂ ଏହାକୁ ନେଇ ଘଟଣା ସ୍ଥଳରେ ଭଦ୍ରକ ବିଧାୟକ ପହଞ୍ଚି ପରିବାର ଲୋକଙ୍କ ସହ କଥା ହୋଇଛନ୍ତି ।

Leave a Reply