ବ୍ରହ୍ମପୁର ସହରରେ ଅନ୍ଧାରର ରାଜ୍, କାମ କରୁନି ଅଧା ବିଦ୍ୟୁତ୍ ଖୁଣ୍ଟ

1 min read

ବ୍ରହ୍ମପୁର: ବ୍ରହ୍ମପୁର ସହରର ନୂଆ ସହଚର ହେଉଛି ଅବ୍ୟବସ୍ଥା । ୪୦ଟି ଓ୍ୱାର୍ଡ । ସବୁଠି ସମାନ କଥା । ଷ୍ଟ୍ରିଟ୍ ଲାଇଟ୍ ଅଭାବରେ ପୂରା ସହରଟା ମୁହଁ-ଅନ୍ଧାର ବେଳୁ ହିଁ ଅନ୍ଧାରୁଆ ଲାଗୁଛି । ଦକ୍ଷିଣ ଓଡ଼ିଶାର ରାଜଧାନୀ ବୋଲି ବ୍ରହ୍ମପୁରକୁ ବୁଝାଯାଏ । ହେଲେ ଆଲୋକ ବ୍ୟବସ୍ଥାକୁ ଦେଖିଲେ ଆପଣ ଏହାକୁ ଛୋଟିଆ ଛୋଟିଆ ଗାଁ ସହ ତୁଳନା କରିବେ । ମହାନଗର ମାନ୍ୟତା ସତ୍ତ୍ୱେ ମଧ୍ୟ ଆଲୋକ ବ୍ୟବସ୍ଥାରେ କୌଣସି ସୁଧାର ଆସିନି । ବିଦ୍ୟୁତ ଖୁଣ୍ଟିମାନ ଥିବା ସତ୍ତ୍ୱେ ମଧ୍ୟ ଅଲୋକ ସଂଯୋଗ ହୋଇନାହିଁ ।

କିମ୍ୱା ଯେଉଁଠାରେ ବଲବ୍ ଅଛି ତାହା କେବେଠାରୁ ଖରାପ ହୋଇ ପଡ଼ିଛି ତାହା କାହାରିକୁ ଜଣାନାହିଁ । ଅଲୋକ ଅଭାବରୁ ସହରରେ ଅନେକ ଅସାମାଜିକ କାର୍ଯ୍ୟ ମଧ୍ୟ ଘଟୁଛି । ଚେନ୍ ଲୁଟ୍ ଭଳି ଅପରାଧ ସହରରେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି । ସେହିଭଳି ବଡ ବଡ ଛକରେ ଯଥେଷ୍ଟ ଆଲୋକ ନରହିବା ହେତୁ ଦୁର୍ଘଟଣା ମଧ୍ୟ ଘଟୁଛି । ସହରର ଏଭଳି ସମସ୍ୟା ଉପରେ ପ୍ରତିକ୍ରିୟା ରଖି କମିଶନର କହିଛନ୍ତି ଯେ ପୂର୍ବରୁ ଗୋଟିଏ ଟିମକୁ ଏହି ଦାୟିତ୍ୱ ଦିଆଯାଇଥିଲା । ସମସ୍ୟା ସାମ୍ନାକୁ ଆସିବା ପରେ ଏବେ ଆଲୋକ ବ୍ୟବସ୍ଥାକୁ ସଜାଡିବା ପାଇଁ ୩ଟି ଟିମ୍ ଗଠନ ହୋଇଛି ।

ତ୍ୱରିତ ବେଗରେ କାର୍ଯ୍ୟ ହେଉଛି, ସବୁ ସ୍ଥାନରେ ଆଲୋକ ଖୁଣ୍ଟକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ ଜାରି ରହିଛି । ସେହିଭଳି ଅଭିଯୋଗ ଆସିଲେ ମଧ୍ୟ ଜରୁରୀକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି ବୋଲି ଭୁବନେଶ୍ୱର ମହାନଗର ନିଗମ କମିଶନର କହିଛନ୍ତି ।

Leave a Reply