ରାଜଧାନୀର ହୋଟେଲରେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ !

ଭୁବନେଶ୍ୱର: ରାଜଧାନୀରେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ବିରୋଧ କରିବାରୁ ଯୁବତୀଙ୍କୁ  ନିସ୍ତୁକ ମାଡ଼ । ଏକ ହୋଟେଲର ୨ କର୍ମଚାରୀଙ୍କ ନଁ।ରେ ଅଭିଯୋଗ ଆଣିଛନ୍ତି ବଙ୍ଗୀୟ ଯୁବତୀ । ଅଭିଯୋଗ ପରେ ଲକ୍ଷ୍ମୀସାଗର ପୋଲିସ ତନାଘନା ଆରମ୍ଭ କରିଛି । ଯୁବତୀଙ୍କୁ ଆହତ ଅବସ୍ଥାରେ ଚିକିତ୍ସା କରାଇବା ପରେ ବୟାନ ରେକର୍ଡ କରିଛି ପୋଲିସ । ଯୁବତୀ ଜଣଙ୍କ ସାତ ଦିନ ହେଲା ଉକ୍ତ ହୋଟେଲରେ ରହୁଥିଲେ । ସୋମବାର ରାତିରେ ହୋଟେଲ ମ୍ୟାନେଜର ମିଥୁନ ସ୍ୱାଇଁ ଓ ସୁଇପର ବିଶ୍ୱନାଥ ପାତ୍ର ଦୁଷ୍କର୍ମ ଉଦ୍ୟମ କରିବା ସହ ମାଡ଼ ମାରିଥିବା ନେଇ ପୋଲିସ ଆଗରେ ବୟାନ ଦେଇଛନ୍ତି ଯୁବତୀ । ସୁଇପର ବିଶ୍ୱନାଥଙ୍କୁ ହୋଟେଲକୁ ନେଇ ଯାଞ୍ଚ କରିବା ସହ ରେଜିଷ୍ଟର ଓ ସିସିଟିଭି ଜବତ କରିଛି ପୋଲିସ ।ବଙ୍ଗୀୟ ଯୁବତୀଙ୍କ ପଚରାଉଚରା ପରେ ପଦାକୁ ଆସିଛି ହୋଟେଲର ଅସଲ ଗୁମର । ଅନଲାଇନରେ ହେଉଥିଲା ଡିଲ, ଅଫ ଲାଇଲରେ ଚାଲିଥିଲା ଧନ୍ଦା । ହୋଟେଲ ଆଶୀର୍ବାଦରେ ଚାଲିଥିଲା ଦେହ ବେପାର । ହୋଟେଲରେ ପୋଲିସର ଯ।ଞ୍ଚ ବେଳେ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଅଭିଯୋଗକାରିଣୀ କୋଲକାତାର ଯୁବତୀ ଜଣଙ୍କୁ ଦେହ ବ୍ୟବସାୟ ପାଇଁ ଦଲାଲ ବୁକିଂ କରିଥିଲା । ହୋଟେଲ ମ୍ୟାନେଜର ଓ ଦେହ ଦାଲଲଙ୍କ ମଧ୍ୟରେ ଡିଲ୍ ହୋଇଥିଲା । ହୋଟେଲରେ ଗୋଟିଏ ରାତି ପାଇଁ ଦାମ ରହିଛି ଏକ ହଜାର ଟଙ୍କା । ଯୁବତୀଙ୍କ ସହ କେତେ ଟଙ୍କାରେ ଡିଲ୍ ହୋଇଛି ଓ ଦଲାଲର କେତେ ଟଙ୍କା କମିଶନ ତଦନ୍ତ ପରେ ଜଣା ପଡିବ । ଯ଼ୁବତୀଙ୍କ ମୋବାଇଲର କଲ ଡିଟେଲ୍ସ ରେକର୍ଡକୁ ଯାଞ୍ଚ କରିଛି ପୋଲିସ । ଅନ୍ୟପଟେ ହୋଟେଲର ରେଜିଷ୍ଟରରେ ଗୋଟିଏ ନାମରେ ପୁରୁଷ ଓ ଯୁବତୀ ମାନେ ଏକାଧିକ ବାର ଆସିଥିବା ଜଣାପଡ଼ିଛି ।ଏଠି ପ୍ରଶ୍ନ ଉଠୁଛି, ଭୁବନେଶ୍ବରରେ କେତେ ସୁରକ୍ଷିତ ହୋଟେଲ ? ନୂଆବର୍ଷକୁ ନଜରରେ ରଖି ଚଳଚଞ୍ଚଳ ରୁପଜୀବୀ । ରାଜ୍ୟ ବାହାରେ ରହି ଦେହ ଧନ୍ଦା ଚଲାଇଛନ୍ତି କି ସେକ୍ସ ସୌଦାଗର ? ଦେହ କାରବାର ପାଇଁ କେତେ ଜଣ ଯୁବତୀଙ୍କୁ ହାୟର କରାଯାଇଛି ? କେତେ ଜଣ ଏଜେଣ୍ଟ ଓ ଦେହ ଦଲାଲଲ କାମ କରୁଛନ୍ତି? ହୋଟେଲର ତଥ୍ୟ ରଖୁନି କି ପୋଲିସ ?

Leave a Reply