ବଙ୍ଗଳା ଭାଷା ଶିଖୁଛନ୍ତି ବିଜେପି ଚାଣକ୍ୟ, ଭେଦିବେ ଦିଦିଙ୍କ ଗଡ଼ !

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ବର୍ଷେ ବାକି । ତା’ପୂର୍ବରୁ ଟିଏମସିର ଏହି ଗଡ଼ ଭାଙ୍ଗିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲାଣି ବିଜେପି । ହିନ୍ଦୀ ହାର୍ଟ ଲ୍ୟାଣ୍ଡରେ କ୍ରମାଗତ ପରାଜୟ ପରେ ଏବେ ଗେରୁଆ ଦଳର ଫୋକସରେ ପଶ୍ଚିମବଙ୍ଗ । କଳେବଳେ କୌଣସିମତେ ବଙ୍ଗଳାକୁ କବଜା କରିବା ପାଇଁ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରଣନୀତି ଆରମ୍ଭ କରିଛନ୍ତି ।ଭାଷାକୁ ଢାଲ କରି ଶାହ ପ୍ରସ୍ତୁତ କରୁଛନ୍ତି ନୂଆ ଷ୍ଟ୍ରାଟେଜି । ଜେଲରେ ଥାଇ ହିନ୍ଦୀ ଶିକ୍ଷିଥିବା ଅମିତ ଶାହ ଏବେ ବଙ୍ଗଳା ଶିଖୁଛନ୍ତି । ନିର୍ବାଚନୀରେ ରାଲିରେ ଲୋକଙ୍କୁ ଶାହ ବଙ୍ଗଳାରେ ସମ୍ବୋଧନ କରିବେ । ଯାହା ସ୍ଥାନୀୟ ଲୋକଙ୍କୁ ବିଜେପି ପ୍ରତି ଆକର୍ଷଣ କରିବ ବୋଲି ଆଶା ରଖିଛି ଦଳ ।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ମାଆ, ମାଟି ଓ ମାନୁଷ’ର ନାରା ଦେଉଛନ୍ତି । ଏପରିକି ବଙ୍ଗାଳି ଅସ୍ମିତାର କଥା କହୁଛନ୍ତି ଦିଦି । ବିଭିନ୍ନ ନିର୍ବାଚନୀ ସଭାରେ ଶାହଙ୍କୁ କଡ଼ା ସମାଲୋଚନା ମଧ୍ୟ କରୁଛନ୍ତି । ଦିଦିଙ୍କ ଶାଣିତ ଆକ୍ରମଣକୁ ପ୍ରତିହତ ଓ ବଙ୍ଗାଳିଙ୍କ ହୃଦୟକୁ ଜିତିବାକୁ ଶାହ ବଙ୍ଗଳା ଭାଷା ଶିଖୁଥିବା କୁହାଯାଉଛି ।କେବଳ ବଙ୍ଗଳା ନୁହେଁ ଶାହ ତାମିଲ ସହିତ ଅନ୍ୟ ୪ଟି ରାଜ୍ୟର ଭାଷା ଶିଖୁଥିବା ସୂଚନା ମିଳିଛି । ଗୁଜରାଟୀରେ ଦଖଲ ଥିବା ଶାହ ଜେଲରେ ଥିବାବେଳେ ହିନ୍ଦୀ ଶିଖିଥିଲେ ।

ଦେଶର ରାଜନୀତିକ ମାନଚିତ୍ରରୁ ଲିଭୁଛି ଗେରୁଆ ରଙ୍ଗ: ବିଜେପି ହାତରୁ ଖସିଲା ଆଉ ଏକ ରାଜ୍ୟ

Leave a Reply