ଟିଏମସି ଛାଡିଲେ ସାଂସଦ ଦିନେଶ ତ୍ରିବେଦୀ, କହିଲେ ଜନତାଙ୍କ ସ୍ୱାର୍ଥ ପାଇଁ କରିପାରୁନି କାର୍ଯ୍ୟ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଛୁଟିଛି ଘଡିକେ ଘୋଡ଼ା । ଜୋର ଧରିଛି ଦଳ ବଦଳ ରଜନୀତି । କେଉଁ ମୂହୂର୍ତ୍ତରେ କିଏ କେଉଁ ଦଳରେ ତାହା ଜାଣିବା ମୁସ୍କିଲ ହୋଇପଡିଛି । ସେପଟେ ଶାସକ ଟିଏମସିକୁ ଏହି କ୍ରମରେ ଲାଗିଛି ଶକ୍ତ ଧକ୍କା । ପୁଣି ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଜଣେ ସାଂସଦ । ରାଜ୍ୟସଭା ସାସଂଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିନେଶ ତ୍ରିବେଦୀ ତୃଣ ମୂଳ କଂଗ୍ରେସରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି ।

ରାଜ୍ୟରେ ବିଧାନସଭା ନିର୍ବାଚନ ଯେତିକି ନିକଟତର ହେଉଛି ଦଳ ବଦଳ ପର୍ବ ସେତିକି ବୃଦ୍ଧି ଘଟିବାରେ ଲାଗିଛି । ସେପଟେ ରାଜ୍ୟସଭାରେ କେନ୍ଦ୍ରୀୟ ବଜେଟ ନେଇ ଚର୍ଚ୍ଚା ଚାଲିଥିବାବେଳେ ଟିଏମସିରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ଦିନେଶ ତ୍ରିବେଦୀ ରାଜ୍ୟସଭାରେ ଉଦଭୋଧନ ଦେଇ କହିଛନ୍ତି, ପଶ୍ଚିମବଙ୍ଗରେ କୌଣସି କାର୍ଯ୍ୟ କରିପାରୁ ନାହିଁ । କୈଣସି ଉନ୍ନତି ପାଇଁ ସହଯୋଗ କରିପାରୁ ନାହିଁ । ସାଧାରଣ ଲୋକଙ୍କ ପାଇଁ ସେବା କରିବାର ପଣ କରିଥିବା ବେଳେ ଯେଉଁ ରାଜନୈତିକ ଦଳରେ ମୁଁ ରହିଛି ସେଥିରେ ସୀମିତ ହୋଇଯାଇଛି ।

ସେହିପରି ଦିନେଶ ତ୍ରିବେଦୀ କହିଛନ୍ତି, ଏବେ ମୋତେ ଅନୁଭବ ହେଉଛି କି ଆଉ ସୀମିତ ରହିବାର ସମୟ ନାହିଁ । ପଶ୍ଚିମବଙ୍ଗ ବାସୀଙ୍କ ପାଇଁ କାର୍ଯ୍ୟ କରିବାକୁ ପଡିବ । ତେଣୁ ମୁଁ ଟିଏମସି ଦଳକୁ ପରିତ୍ୟାଗ କରି ଦେଶର ଏବଂ ରାଜ୍ୟର ବିକଶ ପାଇଁ କାର୍ଯ୍ୟ କରିବି । ଗୃହରେ ଗୋଟେପଟେ ଆଲୋଚନା ଚାଲିଥିବାବେଳେ ଅନ୍ୟପଟେ ଇସ୍ତଫା ଦେବା ନେଇ ସ୍ପଷ୍ଟ କରିଛନ୍ତି ଦିନେଶ । ସେପଟେ ପୂର୍ବରୁ ଟିଏମସି ଛାଡିଥିବା ଶୁଭେନ୍ଧୁ ଅଧିକାରୀଙ୍କର ସମେତ ଅନେକ ନେତା ପରବର୍ତ୍ତୀ ସମୟରେ ବିଜେପିରେ ଯୋଗଦାନ କରିଥିଲେ । ତେଣୁ ଶାସକ ତୃଣ ମୂଳ କଂଗ୍ରେସକୁ ଛାଡିବାକୁ ସ୍ପଷ୍ଟ କରିଥିବା ସାଂସଦ ଦିନେଶ ତ୍ରିବେଦୀ ଖୁବ ଜଲ୍ଦି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି ।

Leave a Reply