ମଝି ଦରିଆରେ ତିମି କରୁଛି ଏଭଳି ହରକତ୍ । ଦେଖିଲେ ହେବେ ଚକିତ !

1 min read

ପଶୁ ଓ ମଣିଷ ମଧ୍ୟରେ ବନ୍ଧୁତା କାହିଁ କେଉଁ କାଳରୁ । ଅନେକ ସମୟରେ ମଣିଷର କାମକୁ ଅନୁକରଣ କରିବା କିମ୍ବା ଆଦେଶକୁ ପଶୁ ପକ୍ଷୀମାନେ  କିଭଳି ଭାବେ ପାଳନ କରନ୍ତି ଏହାର ଅନେକ ଉଦାହରଣ ଆମେ ଅତୀତରେ ଦେଖିଛେ । ନିକଟରେ ଇଣ୍ଟରନେଟରେ  ଏଭଳି ଏକ ସୁନ୍ଦର ଭିଡିଓ ଭାଇରାଲ ହୋଇଛି । ଷ୍ଟାନ୍ସ ନାମକ ଜଣେ ବ୍ୟକ୍ତି ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଜଣେ ବ୍ୟକ୍ତି ମଝି ସମୁଦ୍ରରେ ବେଲୁଗା ହ୍ୱେଲ ସହ ଖେଳୁଥିବା ଦେଖିବାକୁ ମିଳିଛି । ବେଲୁଗା ହ୍ବେଲ ବା ଧଳା ରଙ୍ଗର ଏହି ଭିନ୍ନ ପ୍ରଜାତିର ତିମିଟି ସହ ଏହି ବ୍ୟକ୍ତି ଜଣଙ୍କ  ଏକ ବଲରେ ଖେଳୁଛନ୍ତି ।

ବ୍ୟକ୍ତି ଜଣକ ବାରମ୍ବାର ମଝି ଦରିଆକୁ ବଲ୍ ଫୋପାଡିବା ସହ ତିମିଟି ବଲ୍ ପାଟିରେ ଉଠାଇ ବ୍ୟକ୍ତି ଜଣକୁ ଦେଉଛି । ଥରେ କି ଦୁଇଥର ନୁହେଁ ବାରମ୍ବାର ଏଭଳି ହରକତ କରୁଛି ତିମି । ଯାହା ଦେଖିବାକୁ ବେଶ ମଜାଳିଆ ଲାଗୁଛି । ସହେି ବ୍ୟକ୍ତି ଜଣକ ଏହି ଭିଡିଓକୁ ଟ୍ବିଟରରେ ପୋଷ୍ଟ କରିବା ସହ ଏକ ବଡ ମେସେଜ ବି ଦେଇଛନ୍ତି । ଏଭଳି ବିରଳ ପ୍ରଜାତିର ତିମିକୁ ସୁରକ୍ଷା ଦେବା ସହ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ପରାର୍ମଶ ଦେଇଛନ୍ତି ।

 

ପ୍ଲାଷ୍ଟିକର କୁପ୍ରଭାବ ପରିବେଶ ତଥା ଜୀବଜନ୍ତୁଙ୍କ ଉପରେ କେତେ ମାତ୍ରାରେ ପଡୁଛି ତାହା ସମସ୍ତଙ୍କୁ ବେଶ ଭଲ ଭାବେ ଜଣା । ସବୁଠୁ ବଡ କଥା ଭିଡିଓଟି ପୋଷ୍ଟ ହେବାର ମାତ୍ର ଗୋଟିଏ ଦିନରେ ୧୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଟ୍ରେଣ୍ଡ  କରୁଛି । ')}

Leave a Reply