ଶ୍ରୀରାମଙ୍କ ଘଣ୍ଟି ତିଆରିରେ ଦିନରାତି ଲାଗିଛନ୍ତି ଏଇ କାରିଗରମାନେ  

1 min read

ଅଯୋଧ୍ୟାରେ ରାମ ମନ୍ଦିର ହେବାର ସ୍ୱପ୍ନ ସଫଳ ହେବାକୁ ଯାଉଛି । ପ୍ରଭୁ ଶ୍ରୀରାମଙ୍କ କୋଟି କୋଟି ଭକ୍ତ ଏନେଇ ଅପେକ୍ଷା କରିଛନ୍ତି । ସୁପ୍ରିମ କୋର୍ଟର ନିର୍ଦ୍ଦେଶ ପରେ ଏବେ ସମସ୍ତଙ୍କ ନଜର ରାମ ମନ୍ଦିରରେ । ତେବେ ରାମ ମନ୍ଦିର କିପରି ହେବ ଏନେଇ ଚାଲିଛି ଭିନ୍ନ ଭିନ୍ନ ତର୍ଜମା ।

ଏହା ଭିତରେ ମନ୍ଦିରର ମୁଖ୍ୟ ଘଣ୍ଟି ତିଆରି ଏକ ଚର୍ଚ୍ଚାର ବିଷୟ ହୋଇଛି । କେଉଁଠି ତିଆରି କରାଯାଉଛି ଭବ୍ୟ ମନ୍ଦିରର ଘଣ୍ଟି ଏବଂ ଏହି ଘଣ୍ଟିର କାରିଗର ମାନେ କିଏ ? ହୁଏତ ଏହାର ଉତ୍ତର ଆପଣଙ୍କୁ ତାଜୁବ୍ କରିଦେଇପାରେ ।

 

ଘଣ୍ଟିଟି ଅଯୋଧ୍ୟାରୁ ୪୫୦କିମି ଦୁର ୟୁପିର ‘ୟେଟା’ରେ ତିଆରି କରାଯାଉଛି ।  ମୁଖ୍ୟ ଘଣ୍ଟାର ପ୍ରସ୍ତୁତିରେ ଲାଗିଛନ୍ତି ୪୦ରୁ୫୦ ଶ୍ରମିକ । ଆଉ ଏହି ଶ୍ରମିକମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମୁସଲମାନ୍ । ଏହାକୁ ତିଆରି କରିବାକୁ ୨ରୁ ଅଢ଼େଇମାସ ସମୟ ଲାଗିବ । ଯେହେତୁ, ପ୍ରଭୁ ରାମଚନ୍ଦ୍ର କୌଣସି ଧର୍ମର ଦେବତା ନୁହନ୍ତି, ସମସ୍ତେ ହେଉଛନ୍ତି ତାଙ୍କର ସନ୍ତାନ ଆଉ ସେ ହେଉଛନ୍ତି ବିଶ୍ୱନିୟନ୍ତାଙ୍କ ଏକ ମାନବୀୟ ରୂପ, ତାଙ୍କ ପାଇଁ ଯେ କେହି ସେବା କରିପାରିବେ । ତେଣୁ ପ୍ରଭୁଙ୍କ ଘଣ୍ଟି ମୁସଲମାନ ତିଆରି କରିବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଉଛି ।

ରାମ ମନ୍ଦିରକୁ ନେଇ ରାଜନୀତି କରୁଥିବା ଲୋକଙ୍କ ପାଇଁ ଏହା ଏକ ପ୍ରକାର ଶକ୍ତ ଜବାବ ଭଳି ହୋଇଛି।

ରାମ ମନ୍ଦିରପାଇଁ  ତିଆରି ହେଉଥିବା ଘଣ୍ଟି ଦେଶର ସବୁଠୁ ବଡ଼ ଘଣ୍ଟି ହେବ ବୋଲି କୁହାଯାଉଛି । ଏହି ମୁଖ୍ୟ ଘଣ୍ଟିର ଓଜନ ୨୧ କ୍ୱିଣ୍ଟାଲ,ଉଚ୍ଚତା ୬ଫୁଟ୍ ଆଉ ଚଉଡ଼ା ୫ଫୁଟ୍ ରହିବ ବୋଲି ଧାର୍ଯ୍ୟ କରାଯାଇଛି । ଏହା ସହ ୫ କ୍ୱିଣ୍ଟାଲ, ଅଢ଼େଇ କ୍ୱିଣ୍ଟାଲ ଆଉ ୧ କ୍ୱିଣ୍ଟାଲ ଓଜନର ଘଣ୍ଟି ମଧ୍ୟ ପ୍ରସ୍ତୁତ କରାଯାଉଛି ।

')}

Leave a Reply