ନୀତିଶଙ୍କ ବଡ଼ ବୟାନ, ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲି…

1 min read
Become Chief Minister Under Pressure Said Nitish Kumar

ପାଟଣା: ସପ୍ତମ ଥର ଲାଗି ବିହାରର ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ନୀତିଶ କୁମାର ରବିବାର ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି- ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଟିକିଏ ବି ଇଚ୍ଛା ନଥିଲା । କିନ୍ତୁ, ମୋ ଉପରେ ସମ୍ପୂର୍ଣ୍ଣ ଚାପ ପଡ଼ିବାରୁ ମୁଖ୍ୟମନ୍ତ୍ରୀ ପଦ ବାଧ୍ୟରେ ଗ୍ରହଣ କରିଥିଲି । କାହାରିକୁ ବି ମୁଖ୍ୟମନ୍ତ୍ରୀ କରିଥିଲେ ମୋତେ କିଛି ଫରକ ପଡ଼ିନଥାନ୍ତା ବୋଲି ନୀତିଶ କହିଛନ୍ତି । ଏହି ପଦରେ ରହିବାକୁ ମୋର ତିଳେ ମାତ୍ର ଇଚ୍ଛା ନାହିଁ ।

Become Chief Minister Under Pressure Said Nitish Kumar Bihar

ପୂର୍ବରୁ ବିହାର ବିଧାନସଭା ନିର୍ବାଚନ ପ୍ରଚାର ବେଳେ ନୀତିଶ କହିଥିଲେ ଏହା ମୋର ଶେଷ ନିର୍ବାଚନ । ସେତେବେଳ ଠାରୁ ରାଜନୀତି ପ୍ରତି ନୀତିଶଙ୍କ ଅନିଚ୍ଛା ପ୍ରକାଶ ପାଇଥିଲା । ଆଉ ଏବେର ବୟାନ ନୀତିଶଙ୍କ ପ୍ରସଙ୍ଗକୁ ପୁଣି ଜନତାଙ୍କ ନିକଟରେ ତାଜା କରିଛି । ତେବେ, ଚଳିତଥର ନୀତିଶଙ୍କ ବୟାନକୁ କଂଗ୍ରେସ ନାଟକ ବୋଲି କହିଛି ।

‘ନାଟକ କରୁଛନ୍ତି ନୀତିଶ’

ନୀତିଶ କୁମାରଙ୍କ ବୟାନକୁ ନେଇ ବିହାର ରାଜନୀତି ପୁଣି ସରଗରମ ହୋଇଛି । କଂଗ୍ରେସ ମୁଖପାତ୍ର ରାଜେଶ ରାଠୌଡ଼ କହିଛନ୍ତି- ନୀତିଶ ନାଟକ କରୁଛନ୍ତି । ରାଜେଶ ପ୍ରଶ୍ନ କରିଛନ୍ତି- ନୀତିଶଙ୍କୁ କିଏ କାହିଁକି ଜବରଦସ୍ତ ମୁଖ୍ୟମନ୍ତ୍ରୀ କରାଇବ ? ୨୦୧୪ ଲୋକସଭା ନିର୍ବାଚନ ହାରିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜୀତନ ରାମ ମାଞ୍ଜିକୁ ମୁଖ୍ୟମନ୍ତ୍ରୀ କରିଥିଲେ । କିନ୍ତୁ, ପରେ ନିଜେ ମୁଖ୍ୟମନ୍ତ୍ରୀ ଚୌକିରେ ବସି ପଡ଼ିଥିଲେ । ମୁଖ୍ୟମନ୍ତ୍ରୀ ବିଜେପିର ଅପମାନରେ ଦୁଃଖୀ । ଚଳିତଥର ବିହାର ଜନାଦେଶ ତେଜସ୍ୱୀ ଯାଦବଙ୍କ ପକ୍ଷରେ ଥିଲା । ନୀତିଶ ଜବରଦସ୍ତ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ଜେଡିୟୁର ସହମତି

Become Chief Minister Under Pressure Said Nitish Kumar Bihar

ନୀତିଶଙ୍କ ବୟାନକୁ ଜେଡିୟୁ ସ୍ପଷ୍ଟୀକରଣ ରଖିଛି । ଦଳର ମୁଖପାତ୍ର ରାଜୀବ ରଞ୍ଜନ କହିଛନ୍ତି- ଏହି ପଦ ଲାଗି ନୀତିଶଙ୍କ କୌଣସି ଲାଳସା ନାହିଁ । ଜନତାଙ୍କ ଇଚ୍ଛାରେ ସେ ପୁଣି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଜନତାଙ୍କ ଭାବନକୁ ନୀତିଶ କୁମାର ସମ୍ମାନ ଜଣାଇଛନ୍ତି । ସୂଚନାଯୋଗ୍ୟ- ଆଜି ଜେଡିୟୁ କାର୍ଯ୍ୟାଳୟରେ ବସିଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟସଭାର୍ ଜେଡିୟୁ ସଂସଦୀୟ ଦଳ ନେତା ଆରସିପି ସିଂହଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ବଛା ଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଆରସିପିଙ୍କ ନାମ ପ୍ରସ୍ତାବ ଦେଇଥିଲେ । ରାଷ୍ଟ୍ରୀୟ କାର୍ଯ୍ୟସମିତିରେ ନୀତିଶଙ୍କ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ସମର୍ଥନ କରାଯାଇଛି ।

Leave a Reply