ଭାଇରାଲ ଗାର୍ଲ ନମିତା ଗାଇଲେ ଜଗନ୍ନାଥ ଭଜନ, ଓଡ଼ିଆ-କୁଇ ଭାଷରେ ରେକର୍ଡ ହେଲା ଗୀତ

କଟକ: ଶ୍ରୀଜଗନ୍ନାଥଙ୍କ ଭଜନ ଗାଇଲେ କୋରାପୁଟ ଝିଅ ନମିତା । କୁଇ ସମାଜର ଝିଅ ନମିତାଙ୍କ ଗୀତ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାଙ୍କ କଣ୍ଠର ଯାଦୁ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଏହା ପରେ କୋରାପୁଟ ବନ୍ଧୁଗାଁର ଏହି ୧୪ ବର୍ଷୀୟା ନମିତାଙ୍କୁ ଡକରା ପଡ଼ିଥିଲା ସିଲଭର୍‌ ସିଟି କଟକରୁ । ଡାକରା ପାଇ କଟକ ସହରରେ ପାଦ ରଖିଥିଲେ ନମିତା । ସେଠାରେ ତାଙ୍କ କଣ୍ଠରେ ରେକର୍ଡିଂ ହେଲା କାଳିଆ ଭଜନ । ଏବେ ଏହି ଭଜନ ଲୋକଙ୍କ ପ୍ରଶଂସା ସାଉଁଟିବ ବୋଲି ଆଶାବାଦୀ ଅଛନ୍ତି ପୂରା ଟିମ୍ ।

barsha

ନମିତା ପହଞ୍ଚିବା ପରେ କଟକ ଷ୍ଟୁଡିଓରେ ରେକର୍ଡିଂ ହେଲା କାଳିଆ ଭଜନ । କୁଇ ଓ ଓଡିଆ ଭାଷାରେ ଶ୍ରୀଜଗନ୍ନାଥ ଭଜନ ଗାଇଲେ ନିଜେ ନମିତା । ସୋସିଆଲ ମିଡିଆରେ ନମିତାଙ୍କ ଲୋକପ୍ରିୟତା ଦେଖି ବ୍ରେକ ଦେଇଛି କଟକ ଜିଲ୍ଲା ପ୍ରଶାସନ ।

Koraput

କଟକ ଆସି ଭଜନରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ନମିତାଙ୍କ ଆଗରେ ଏବେ ଅସୁମାରି ସ୍ୱପ୍ନ । ସେପଟେ ତାଙ୍କ ପାଇଁ ଗୀତ ଲେଖିଥିବା ବିଜୟ ମଲ୍ଲ ଓ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ମଧ୍ୟ ନମିତାଙ୍କୁ ନେଇ ବେଶ ଆଶାବାଦୀ । ବଣର ମଲ୍ଲି ଆଗକୁ ସାରା ଓଡିଶାରେ ନିଜର ମହକ ବିଛାଇବ ବୋଲି ଆଶା ରଖିଛନ୍ତି ଆଲବମ୍‌ର ପୁରା ଟିମ୍ । ତେବେ ସବୁଠାରୁ ବଡ଼ କଥା ହେଲା ଓଲିଉଡ୍‌ କୁଇନ୍‌ ବର୍ଷା ପ୍ରିୟଦର୍ଶିନୀଙ୍କ ହାତ ରହିଛି ନମିତାଙ୍କ ପଛରେ । ନମିତା ଗୀତ ରେକର୍ଡିଂ କରିବା ବେଳେ ତାଙ୍କ ସହିତ ଥିଲେ ବର୍ଷା । କୋରାପୁଟର ନମିତାଙ୍କୁ ବର୍ଷା ଗୀତ ରେକର୍ଡିଂ କରିବାରେ ଉତ୍ସାହିତ କରିଥିଲେ । ନମିତା ଓ ବର୍ଷାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a Reply