ସହର ମୁହାଁ ଭାଲୁ: ସିସିଟିଭି ଦେଖି ଆତଙ୍କିତ ଲୋକେ

ମାଲକାନଗିରି: ସହରରେ ବୁଲୁଛି ଭାଲୁ ।ଜଙ୍ଗଲରେ ରହିବା ପରିବର୍ତ୍ତେ ସହରରେ ବୁଲିବାକୁ ମନବଳାଇଛି ଭାଲୁ । ଏବେ ଆସି ସହରୀ ଲୋକଙ୍କ ଘର ନିକଟରେ ରଜା ଭଳି ବୁଲୁଛି ଭାଲୁ । ସହରର ମୁଖ୍ୟ ରାସ୍ତାରେ ଖୁଲମଖୁଲ୍ଲା ଭାଲୁବୁଲୁଥିବାର ଦେଖିବାକୁ ମିଳିଛି । ଆଉ ଏହି ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ । ଆଉ ଏହି ଘଟଣାଟି ହେଉଛି ମାଲକାନଗିରି ସହରର ।

ଭିଡିଓଟିରେ ସ୍ପଷ୍ଟ ଦେଖାଯାଇଛି ଯେ ଭାଲୁଟି କିଭଳି ନିର୍ଭୟରେ ଓହ୍ଲାଇଛି ରାଜରାସ୍ତାକୁ । କେବଳ ସେତିକି ନୁହେଁ ଲୋକଙ୍କ ଘର ନିକଟରେ ବୁଲିବା ସହ ମୁଖ୍ୟ ରାସ୍ତାରେ ଖୁଲମଖୁଲ୍ଲା ବୁଲୁଛି ସେ । ତେବେ ସିସିଟିଭିର ଏହି ଭିଡ଼ିଓ ସାମ୍ନାକୁ ଆସିବାପରେ ଅଞ୍ଚଳରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ଏହାସହ ବନ ବିଭାଗ ତୁରନ୍ତ ଏହି ଭାଲୁକୁ କାବୁ କରିବାକୁ ଲୋକେ ଦାବି କରିଛନ୍ତି ।

Leave a Reply