ମିଠା ଦୋକାନୀଙ୍କୁ ହତ୍ୟା ଘଟଣା: ୬ଜଣଙ୍କ ପରେ ଗିରଫ ହେଲେ ଆଉ ୨ ଅଭିଯୁକ୍ତ

ଭୁବନେଶ୍ୱର: ସାମନ୍ତରାପୁର ମିଠା ଦୋକାନୀଙ୍କୁ ହତ୍ୟା ମାମଲା । ଆଉ ୨ ଅଭିଯୁକ୍ତଙ୍କୁ ଗଞ୍ଜାମ ଜିଲ୍ଲାରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ୍ । ମୁଖ୍ୟ ଅଭିଯୁକ୍ତ ଶ୍ରୀତିକ ବିଶ୍ୱାଳ ଓ ଆଶୁତୋଷ ମହାନ୍ତିଙ୍କୁ ଗିରଫ କରାଯାଇଛି। ଏଥିସହ ରକ୍ତ ଲଗା ଖଣ୍ଡା ଓ ଦୁଇଟି ବାଇକ ଜବତ କରାଯାଇଛି । ସେମାନଙ୍କୁ ହତ୍ୟାକାଣ୍ଡ ନେଇ ପଚରାଉଚରା କରାଯାଉଛି । ହତ୍ୟାକାଣ୍ଡରେ ସୁପାରୀ କାରବାର ହୋଇଥିଲା କି ନାହିଁ ସେନେଇ ତଦନ୍ତ ଚାଲିଛି ।

ସେହିପରି ଗିରଫ ୨ ଅଭିଯୁକ୍ତ ସୁପାରୀକିଲର କି ନୁହେଁ ସେନେଇ ମଧ୍ୟ ତନାଘନା ଚାଲିଛି । ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ କୋର୍ଟରେ ଆତ୍ମସମପର୍ଣ କରିଥିଲା । ଘଟଣାରେ ମୋଟ ଆଠ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି । ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିଲା ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଘଟଣା ପରେ କେଉଁଆଡ଼େ ଫେରାର ହୋଇଯାଇଥିଲେ । ଏବଂ ଏମାନେ ପୋଲିସଠାରୁ ବଞ୍ଚିବାକୁ ଗୋଟେ ପରେ ଗୋଟେ ଜିଲ୍ଲାକୁ ସ୍ଥାନ ପରିବର୍ତ୍ତନ କରୁଥିଲେ । କିନ୍ତୁ ସେମାନଙ୍କର ସବୁ ପ୍ଲାନ ଫେଲ ମାରିଥିଲା ଏବଂ କମିଶନରେଟର ସ୍ପେସାଲ ସ୍କ୍ୱାର୍ଡ ଏମାନଙ୍କୁ ଧରିବାରେ ସଫଳ ହୋଇଛି ।  ଅଭିଯୁକ୍ତଙ୍କ ଘର ପୁରୁଣା ଭୁବନେଶ୍ୱର ବୋଲି ଜଣାପଡ଼ିଛି । ତେବେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୁ ବେହେରାଙ୍କ ସମେତ ୫ଜଣ ଗିରଫ ହୋଇଥିଲେ ।

Leave a Reply