ବରଗଡ଼ ଦୁଇଟି ପର୍ଯ୍ୟାୟରେ ୨୩ରୁ ୨୮ ଯାଏଁ ସଟ୍‌ଡାଉନ୍‌

1 min read
Bargarh Shut Down Will Continue From 23rd to 28th July

ବରଗଡ଼: ଆସନ୍ତା ୨୩ ତାରିଖ ବରଗଡ଼ ସଟ୍‌ଡାଉନ୍‌ । ଗୁରୁବାର ରାତି ୯ ଟାରୁ ୨୬ ତାରିଖ ରାତି ୯ଟା ପର୍ଯ୍ୟନ୍ତ ବରଗଡ଼ରେ ପ୍ରଥମ ପର୍ଯ୍ୟାୟ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଘୋଷଣା କରିଛନ୍ତି । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ସଟ୍‌ଡାଉନ୍‌ ୨୬ ତାରିଖ ରାତି ୯ଟାରୁ ୨୮ ତାରିଖ ରାତି ୯ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ପାଇଁ ନିଷ୍ପତି ହୋଇଛି ।

ବରଗଡ଼ ସବଡିଭିଜନର ବରପାଲି, ବରଗଡ଼, ଅମ୍ବାଭୋନା, ଅତାବିରା, ଭଟଲି ଓ ଭେଡେନ୍‌ ଆଦି ବ୍ଲକ୍‌ ଓ ତହସିଲ ଅଂଚଳକୁ ପ୍ରଥମେ ସଟଡାଉନ୍‌ ଘୋଷଣା କରାଯାଇଛି । ଏହାସହ ବରଗଡ଼ ମୁନିସିପାଲିଟି, ଅତାବିରା NAC ଓ ବରପାଲି NAC ଅଞ୍ଚଳକୁ ମଧ୍ୟ ସଟଡାଉନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

Cuttack High Court remain closed during Shutdown Period

ସେହିଭଳି ପଦ୍ମପୁର ସବଡିଭିଜନ୍‌ର ସୋହେଲା ଓ ବିଜେପୁର ତହସିଲକୁ ସଟ୍‌ଡାଉନ୍‌ କରାଯାଇଛି । ବିଜେପୁର NAC ଓ ପଦ୍ମପୁର NAC ଅଞ୍ଚଳକୁ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ସଟଡାଉନ ଘୋଷଣା କରିଛନ୍ତି । ଏହି ସଟଡାଉନ୍‌ ସମୟରେ ଅତ୍ୟାବଶ୍ୟକ ପନିପରିବା ଦୋକାନ, ଫଳ ଦୋକାନ, କ୍ଷୀର ଦୋକାନ, ମେଡ଼ିକାଲ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି । ଏହାସହ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢ଼ାବା ପାର୍ସଲ ପାଇଁ ଖୋଲା ରହିବ ବୋଲି ଅନୁମତି ଦିଆଯାଇଛି । ଅନ୍ୟପଟେ ଟ୍ରକ ଯାତାୟାତ ଉପରେ କୌଣସି ପ୍ରକାର କଟକଣା ଜାରି କରାଯାଇ ନାହିଁ ।

Leave a Reply