ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରଗଡ଼ ନେତାଙ୍କ ଧନ୍ୟବାଦ

1 min read

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରଗଡ ନେତା-ମନ୍ତ୍ରୀଙ୍କ ଧନ୍ୟବାଦ । କରୋନା ମହାମାରୀ ସମୟରେ ଆର୍ଥିକ ମାନ୍ଦା ଅବସ୍ଥା ରହିଥିଲେ ସୁଦ୍ଧା ରାଜ୍ୟ ସରକାର ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀ ମାନଙ୍କ ପ୍ରତି ଧ୍ୟାନ ଦେଇଛନ୍ତି । ଚାଷୀଙ୍କ ମଙ୍ଗଳ ପାଇଁ ରାଜ୍ୟ କ୍ୟାବିନେଟରେ ୩୪୦ କୋଟି ୩୬ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ।

ମଙ୍ଗଳବାର ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାର ଚାଷୀଙ୍କ ପାଇଁ ଏହି ଟଙ୍କା ଅନୁମୋଦନ କରାଯାଇଥିବା ଘୋଷଣା କରାଯାଇଥିଲା । ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ବିଜେପୁର ବିଧାୟିକା ରୀତା ସାହୁଙ୍କ ଉପସ୍ଥିତିରେ ଏହା ଘୋଷଣା କରାଯାଇଥିଲା ।

ବିଜେପୁରରେ ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଦୀର୍ଘ ୩୪ କିଲୋମିଟର ପର୍ଯ୍ୟନ୍ତ ପାଇପ ବିଛାଇବା ପାଇଁ ଅତିରିକ୍ତ ୩୪୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ୧୧୩୮ କୋଟି ଟଙ୍କା ମଞ୍ଜୁର କରିଥିଲେ । ପୁଣି ୩୪୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିବାକୁ ନେଇ ସ୍ଥାନୀୟ ନେତା ଓ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply