ପାଞ୍ଚ ଝିଅ ଜନ୍ମ କରିଥିବାରୁ ମାଆ ବାପାଙ୍କୁ ଶୁଣିବାକୁ ପଡ଼ିଥିଲା କଟୁକଥା, ଏବେ ୩ ଝିଅ IAS ଅଫିସର ଆଉ ୨ ଝିଅ ଇଞ୍ଜିନିୟର

1 min read

ବରେଲୀ: ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲା ଫରିଦପୁର ବାସିନ୍ଦା ଚନ୍ଦ୍ରସେନ ସାଗର ଏବଂ ମୀନା ଦେବୀଙ୍କ ପ୍ରଥମେ ଏକ କନ୍ୟା ସନ୍ତାନ ଜନ୍ମ ହେଲା । ପରବର୍ତ୍ତୀ ସମୟରେ ମୀନା ଦେବୀଙ୍କ ଔସରରୁ ପାଞ୍ଚ ପାଞ୍ଚଟି କନ୍ୟା ସନ୍ତାନ ଜନ୍ମ ହୋଇଥିଲେ । ପରିବାରରେ କନ୍ୟା ସନ୍ତାନ ଜନ୍ମକୁ ନେଇ ଆନନ୍ଦର ଲହରୀ ଖେଳିଯାଇଥିଲା ହେଲେ ସାହି ପଡ଼ିଶା ପାଞ୍ଚଟି ଝିଅ ଜନ୍ମକୁ ନେଇ ଅନେକ କଟାକ୍ଷ କରିବାକୁ ଲାଗିଲେ । ଚନ୍ଦ୍ରସେନ ସାଗର ଏବଂ ମୀନା ଦେବୀ ଝିଅ ଜନ୍ମକୁ ନେଇ ଅନେକ କଟୁକଥା ଶୁଣୁଥିଲେ । କିନ୍ତୁ ସେହି ଝିଅମାନେ ଆଜି ପରିବାରର ମାନ ସମ୍ମାନକୁ ବୃଦ୍ଧି କରିଛନ୍ତି । ଚନ୍ଦ୍ରସେନ ସାଗରଙ୍କ ପାଞ୍ଚ ଜଣ ଝିଅ ମଧ୍ୟରୁ ଦୁଇ ଜଣ ଆଇଏଏସ ଅଫିସର ଅଟନ୍ତି । ତୃତୀୟ ଝିଅ ଆଇଆରଏସ ଅଧିକାରୀ ଥିବାବେଳେ ଆଉ ଦୁଇ ଝିଅ ଇଞ୍ଜିନିୟର ଚାକିରି କରିଛନ୍ତି ।

ଚନ୍ଦ୍ରସେନ ସାଗରଙ୍କ କହିବା ଅନୁଯାୟୀ, ପାଞ୍ଚ ଜଣ ଝିଅଙ୍କ ସଫଳତା ପଛରେ ତାଙ୍କ ପରିଶ୍ରମ ସହ ମାଆ ମୀନା ଦେବୀଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତାଙ୍କ ଝିଅ ମାନଙ୍କର ପ୍ରାରମ୍ଭିକ ଶିକ୍ଷା ବରେଲୀରେ ସେଣ୍ଟ ମରିୟା କଲେଜରେ ହୋଇଥିଲା । ଏହାପରେ ଉତ୍ତରାଖଣ୍ଡ. ଆଲାହାବାଦ ଏବଂ ଦିଲ୍ଲୀରେ ବାକି ପାଠପଢ଼ା ସମ୍ପୂର୍ଣ୍ଣ କରିଥିଲେ । ତିନି ଭଉଣା ଦିଲ୍ଲୀରେ ରହି ୟୁପିଏସସି ପାଇଁ ପ୍ରସ୍ତୁତି କରିଥିଲେ । ଚନ୍ଦ୍ରସେନଙ୍କ ବଡ଼ ଝିଅ ଅର୍ଜିତ ସାଗର ୨୦୦୯ ମସିହାରେ ଦ୍ୱିତୀୟ ପ୍ରୟାସରେ ୟୁପିଏସସି ପରୀକ୍ଷା ପାସ କରିଥିଲେ । ଏହାପରେ ସେ ମୁମ୍ବାଇରେ Joint Commissioner Custom ପଦରେ ଚାକିରି ଆରମ୍ଭ କରିଥିଲେ । ତାଙ୍କ ସ୍ୱାମୀ ମଧ୍ୟ ଜଣେ ଆଇଏଏସ ଅଫିସର ଅଟନ୍ତି । ୬ ବର୍ଷ ପାଇଁ ୨୦୧୫ ମସିହାରେ ଦ୍ୱିତୀୟ ଝିଅ ଅର୍ପିତଙ୍କୁ ସଫଳତା ମିଳିଲା । ସେ ବର୍ତ୍ତମାନ ବାଲସାଡରେ ଡିଡିଓ  ପୋଷ୍ଟରେ ଅଛନ୍ତି । ସେହିପରି ତୃତୀୟ  ଏବଂ ଚତୁର୍ଥ ଝିଅ ଅଶ୍ୱୀନ ଏବଂ ଅଙ୍କିତା ଇଞ୍ଜିନିୟର ଅଟନ୍ତି । ସେ ବର୍ତ୍ତମାନ ମୁମ୍ବାଇ ଏବଂ ନୋଏଡାରେ ପ୍ରାଇଭେଟ ଚାକିରି କରୁଛନ୍ତି ।

ସହଯୋଗ କରିଥିଲେ ମାମୁ…

ଚନ୍ଦ୍ରସେନା ଏବଂ ମୀନାଙ୍କ ସବୁଠୁ ସାନ ଝିଅ ଆକୃତି ସାଗର ୨୦୧୬ ମସିହାରେ ଦ୍ୱିତାୟ ପ୍ରୟାସରେ ୟୁପିଏସସି କ୍ଲିୟର କରିଥିଲେ ।  ସେ ବର୍ତ୍ତମାନ ଜଳ ବୋର୍ଡର ଡାଇରେକ୍ଟର ପୂରେ ସେବା ପ୍ରଦାନ କରୁଛନ୍ତି । ନିଜ ମାମୁଁଙ୍କ ଠାରୁ ଆଇଏଏସ ପ୍ରସ୍ତୁତି ପାଇଁ ପ୍ରେରଣା ପାଇଥିବା ଚନ୍ଦ୍ରସେନାଙ୍କ ଝିଅମାନେ କହିଛନ୍ତି । ସୂଚନା ଅନୁଯାୟୀ ମାମୁଁ ଅନିଲ କୁମାର ୧୯୯୫ ମସିହା ବ୍ୟାଚର ପଶ୍ଚିମବଙ୍ଗ କାଡରର ଆଇପିଏସ ଅଧିକାରୀ ଅଟନ୍ତି । ଚନ୍ଦ୍ରସେନାଙ୍କ ଝିଅ ମାନଙ୍କର ସ୍ୱପ୍ନଥିଲା ଯେ, ସେ ନିଜ ମାମୁଁଙ୍କ ପରି ବଡ଼ ଚାକିରି କରିବେ । ୟୁପିଏସସି ପରୀକ୍ଷାର ପ୍ରସ୍ତୁତି ବେଳେ ମାମୁଁ ତାଙ୍କୁ ଖୁବ ସହଯୋଗ କରିଥିବା ସେ କହିଛନ୍ତି ।

Leave a Reply