ବାରବାଟୀ ଦିନିକିଆ ପାଇଁ ବ୍ଲାକ ହେଉଛି ଟିକେଟ୍

1 min read

ଭୁବନେଶ୍ୱର: ଅନଲାଇନରେ ଅଧଘଣ୍ଟା, ଅଫଲାଇନରେ ଗୋଟିଏ ଦିନ । ସରିଗଲା ବାରବାଟୀ ଦିନିକିଆର ସବୁ ଟିକେଟ୍ । ଅଳ୍ପ ସମୟରେ ସବୁ ଟିକେଟ୍ ପୋଛିନେଲେ କ୍ରିକେଟ୍ ପ୍ରେମୀ ! ଆଉ ବହୁ କ୍ରିକେଟ୍ ପ୍ରେମୀ ଟିକେଟ୍ ନପାଇ ନିରାଶ ହୋଇଛନ୍ତି । କିନ୍ତୁ, ବ୍ରୋକର ଏକାଧିକ ଟିକେଟ୍ କରି ଏବେ ବ୍ଲାକରେ ଧନ୍ଦା କରିବାକୁ ଆଗକୁ ଆସିଛନ୍ତି ।ଅନଲାଇନ କିଣାବିକା ସାଇଟ୍ ଓଏଲଏକ୍ସରେ ବ୍ଲାକରେ ମିଳୁଛି ଟିକେଟ୍ । ଜଣେ ୟୁଜର ୧ ନମ୍ବର ଗ୍ୟାଲେରିର ଟିକେଟ୍ କରି ବିକ୍ରି ପାଇଁ ଓଏଲଏକ୍ସରେ ପୋଷ୍ଟ କରିଛନ୍ତି । ବ୍ରୋକର ଜଣଙ୍କ ଅନଲାଇନରେ ଟିକେଟ ଦାମ୍ ୩୫୦୦ ଟଙ୍କା ରଖିଥିବା ବେଳେ ଟିକେଟର ପ୍ରକୃତ ମୂଲ୍ୟ ହେଉଛି ମାତ୍ର ୪୦୦ ଟଙ୍କା ।ତେବେ, ଟିକେଟ୍ ବ୍ରୋକର ଓ ବ୍ଲାକିଂ ବନ୍ଦ ପାଇଁ ଓସିଏ ପଦକ୍ଷେପ ନେଇଥିବା କହୁଥିଲେ ମଧ୍ୟ ଅନଲାଇନରେ ଟିକେଟ୍ କେମିତି ମିଳୁଛି ? ଏଥିରେ ଓସିଏର କୌଣସି କର୍ମଚାରୀଙ୍କ ହାତ ନାହିଁ ତ ? ବ୍ରୋକର ଜଣକ କେବଳ OLX ନା ଅନ୍ୟ ଅନଲାଇନ୍ ସାଇଟରେ ଟିକେଟକୁ ଚଢ଼ାଦରରେ ବିକ୍ରି କରୁଛନ୍ତି ? ଏସବୁର ତଦନ୍ତ ପାଇଁ ଦାବି ହେଉଛି ।

https://nandighoshatv.comindian-cricket-team-will-arrive-tomorrow-for-barabati-oneday/

Leave a Reply