ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ, ସାମାଜିକ ଦୂରତା ରକ୍ଷା ନକରିବାରୁ ମାର୍କେଟ ସିଲ୍

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଲକଡାଉନ୍ ଜାରି ରହିଛି । ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଉଛି । ତୃତୀୟ ପର୍ଯ୍ୟାୟ ଲକଡାଉନରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବାଦ୍ ଅନ୍ୟ କେତେକ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ, ସାମଗ୍ରୀ ଆଣିବା ବେଳେ ଲୋକ ସାମାଜିକ ଦୂରତା ରକ୍ଷା କରୁନାହାଁନ୍ତି । ଫଳରେ ସଂକ୍ରମଣ ଆଶଙ୍କା ବଢ଼ୁଛି । ଏଥିପାଇଁ ବିଏମସି ବାପୁଜୀନଗର ମାର୍କେଟକୁ ସିଲ୍ କରିଦେଇଛି ।

ଏନେଇ ବିଏମସି ଡେପୁଟି କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି । ମାର୍କେଟକୁ ସିଲ୍ କରାଯାଇଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକନା ଖୋଲା ରହିବ । ତେବେ, ଟ୍ରେଡ୍ ଲାଇସେନ୍ସ ଥିବା ଦୋକାନକୁ ବିଏମସି ସିଲ୍ କରିଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ସିଲ୍ ବଳବତ୍ତର ରହିବ ।

Leave a Reply