ଲୋନ ମୋରାଟୋରିୟମ ମାମଲା : ୫ ଅକ୍ଟୋବରରେ ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟକୁ ସମୟ ମାଗିଲେ ସରକାର

1 min read
Abusive Content Supreme Court Issues Notice To Centre And Twitter

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସୋମବାରକୁ ଲୋନ ମୋରେଟୋରିୟମ ମାମଲାର ଶୁଣାଣିକୁ ୫ ଅକ୍ଟୋବରକୁ ଟାଳି ଦିଆଯାଇଛି । କେନ୍ଦ୍ର ସରକାର ସୋମବାର ଦିନ ଶୁଣାଣି ସମୟରେ କୋର୍ଟକୁ ସମୟ ମାଗିଛନ୍ତି । ଏହି ମାମଲାରେ RBI ସହିତ ଆଲୋଚନା କରୁଛନ୍ତି ଏବଂ ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର । ତେଣୁ କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ କିଛି ସମୟର ଆବଶ୍ୟକତା ରହିଛି ବୋଲି ମଧ୍ୟ କେନ୍ଦ୍ର ସରକାର କହିଛନ୍ତି । ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରୁଛନ୍ତି । କୋର୍ଟ କେନ୍ଦ୍ର ସରକାର ଆଫିଡେବିଟ ରଖିବା ପାଇଁ କେନ୍ଦ୍ରକୁ ୧ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେଇଛନ୍ତି ।

ସଲିସିଟର ଜେନେରାଲ ତୁଷାର ମେହତା କୋର୍ଟକୁ ସମୟ ମାଗି କହିଛନ୍ତି କି, ଏହା ଏକ ଜଟିଳ ମାମଲା ଏବଂ କେତେକ ଆର୍ଥିକ ସମସ୍ୟା ସାମ୍ନାକୁ ଆସୁଛି । ଏହାକୁ ନେଇ RBI ସହିତ ଆଲୋଚନା କରୁଥିବା ସେ  ଉଲ୍ଲେଖ କରିଛନ୍ତି ।


ଏହା ପୂର୍ବରୁ ୧୦ ସେପ୍ଟେମ୍ବରକୁ ସୁପ୍ରିମକୋର୍ଟ କହିଥିଲେ କି ମାମଲାକୁ ବାରମ୍ବାର ଟାଳି ଦିଆଯାଇଛି । କିନ୍ତୁ ଏବେ ଦୁଇ ସପ୍ତାହର ସମୟ ଦିଆଯାଇଛି । ତେବେ ଏହିଥର ମଜବୁତ ଯୋଜନା ସହିତ କୋର୍ଟରେ ପହଞ୍ଚିବା ପାଇଁ କୁହାଯାଇଛି । ଏହି ମୋରାଟୋରିୟମର ବ୍ୟବସ୍ଥା ଅନୁସାରେ ଯେଉଁ ବ୍ୟକ୍ତି EMI ଦେଇ ପାରିବେ ନାହିଁ, ତାଙ୍କ ନିକଟରେ EMI ସ୍ଥଗିତ କରିବା ପାଇଁ ବିକଳ୍ପ ହେବ । କିନ୍ତୁ ଏହାଦ୍ୱାରା ଲୋକଙ୍କୁ କୌଣସି ପ୍ରକାରର ଲାଭ ମିଳୁନଥିବା ପିଟିସନରେ ଉଲ୍ଲେଖ ରହିଛି । କାରଣ ଯେଉଁମାନେ EMI ସ୍ଥଗିତ ରଖୁଛନ୍ତି, ସେମାନଙ୍କୁ ଏହି ସମୟ ମଧ୍ୟରେ ସୁଧ ଦେବାକୁ ପଡ଼ୁଛି ।

ସରକାରଙ୍କ କହିବା ଅନୁସାରେ ଉକ୍ତ ସମୟର ସୁଧକୁ ସ୍ଥଗିତ କରି ରଖିବା ଦ୍ୱାରା ବ୍ୟାଙ୍କକୁ କ୍ଷତି ସହିବାକୁ ପଡ଼ିବ । ଏହା ସହିତ ଯେଉଁମାନେ ଚକ୍ରବୁଦ୍ଧି ସୁଦ୍ଧ ଦେଇ ସାରିଛନ୍ତି ସେମାନଙ୍କୁ କ୍ଷତି ସହିବାକୁ ପଡ଼ିବ । ସରକାର ଏବଂ RBI ତରଫରୁ ଦଲିଲ ପୈଠ କରି ୧୦ ସେପ୍ଟେମ୍ବର ଦିନ ତୁଷାର ମେହତା କୋର୍ଟରେ କହିଥିଲେ କି ସୁଧ ଛାଡ଼ ହୋଇପାରିବ ନାହିଁ, କିନ୍ତୁ ସମସ୍ୟାର ଚାପ ସାମାନ୍ୟ କୋହଳ ହୋଇଯିବ । ତେବେ ବ୍ୟାଙ୍କିଙ୍କ ସେକ୍ଟର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ । ତେଣୁ ଏହାକୁ ଦୁର୍ବଳ କଲାଭଳି କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ । ତେବେ ମୋରେଟୋରିୟମର ଲକ୍ଷ୍ୟ ନୁହେଁ ସୁଧ ଛାଡ଼ କରିବା ବୋଲି ତୁଷାର ମେହତା କହିଛନ୍ତି ।

ଲୋନ ମୋରେଟୋରିୟମର ଅବଧି ଶେଷ ହୋଇ ଯାଇଛି । ଏହି ମଧ୍ୟରୁ ଲୋକଙ୍କ ନିକଟକୁ EMI ସୁଜିବା ପାଇଁ ଫୋନ କଲ୍ସ ଏବଂ ଇମେଲ ଆସିବା ଆରମ୍ଭ ହୋଇଗଲାଣି । ତେବେ ହୁଏତ ବ୍ୟାଙ୍କ ଲୋନ ଆକାଉଣ୍ଟକୁ ନନ ପର୍ଫମିଙ୍ଗ ଆସେଟ ଘୋଷଣା କରିଦିଆଯିବାର ଚିନ୍ତା ଲୋକଙ୍କୁ ଘାରିଲାଣି । ତେବେ  ଏଥିପାଇଁ ସରକାରଙ୍କ ତରଫରୁ ମଜବୁତ ଯୋଜନା  କୋର୍ଟରେ ପୈଠ କରିବାକୁ ପଡ଼ିବ ।

Leave a Reply