ଜୁଲାଇରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ ?

1 min read

ନୂଆଦିଲ୍ଲୀ: ସଂକ୍ରମଣ ବଢ଼ୁଛି, ଦେଶ ଅନଲକ ହେଉଛି । ଖୋଲୁଛି କଟକଣାର ତାଲା । ଆର୍ଥିକ ଗତିବିଧି ବଢ଼ିବା ସହ ସ୍ଥିତି ସାମାନ୍ୟ ହେବାରେ ଲାଗିଛି । ତେବେ ବିଶେଷ ଜରୁରୀ କାମ ନଥିଲେ ବ୍ୟାଙ୍କକୁ ଯିବା ପାଇଁ ମନା କରାଯାଉଛି । ଆଉ ଅଧିକାଂଶ କାର୍ଯ୍ୟ ଅନଲାଇନରେ କରି ହେଉଛି । ଯଦି, କେହି ବି ବ୍ୟାଙ୍କ ଯାଉଛନ୍ତି ତାଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପଡ଼ିବ । ଯଦି ଏହି ମାସରେ ଆପଣ ବ୍ୟାଙ୍କ ଯାଆନ୍ତି ତାହେଲେ ଜାଣି ନିଅନ୍ତୁ କେଉଁ କେଉଁ ଦିନ ଛୁଟି ପଡ଼ୁଛି ।

Bank holiday in the month of July

ଜାତୀୟ ସ୍ତର ଅନୁଯାୟୀ, ଜୁଲାଇ ୫, ୧୨, ୧୯ ଓ ୨୬ ରବିବାର । ଏହି ୪ ଦିନ ସାପ୍ତାହିକ ଛୁଟି ରବିବାର ବ୍ୟାଙ୍କ ବନ୍ଦ ରହିବ । ଏହା ଛଡ଼ା ୧୧ ଓ ୨୫ ଜୁଲାଇ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର । ଏହି ୨ ଦିନ ବ୍ୟାଙ୍କ ବନ୍ଦ ରହିବ । ଜୁଲାଇ ୩୧ ବକ୍ର-ଇଦ୍ ଯୋଗୁଁ ବନ୍ଦ ରହିବ ବ୍ୟାଙ୍କ ।Bank holiday in the month of July

ରାଜ୍ୟ ହିସାବରେ ଜୁଲାଇ ୮ ଓ ୧୭ ତାରିଖରେ ମେଘାଳୟରେ ବ୍ୟାଙ୍କ ଖୋଲିବ ନାହିଁ । ଜୁଲାଇ ୮ରେ ଦିଖ୍ନଲାମ ଓ ଜୁଲାଇ ୧୭ ତିରୋଟ ସିଙ୍ଗ ଦିବସ ପାଳନ ପାଇଁ ବ୍ୟାଙ୍କ ଖୋଲିବ ନାହିଁ । ସେହିଭଲି ସିକ୍କିମରେ ଜୁଲାଇ ୧୩ ଭାନୁ ଜୟନ୍ତୀ ଓ ଜୁଲାଇ ୨୪ରେ ଦ୍ରୁକ୍ପା ଶେଚି ପାଇଁ ବ୍ୟାଙ୍କ ବନ୍ଦ ରହିବ । ୧୪ ଜୁଲାଇରେ ଅଗରତାଲାରେ କେର ପୂଜା ପାଇଁ ବ୍ୟାଙ୍କ ଖୋଲିବ ନାହିଁ । ଏହି ଦିନ ଗୁଡ଼ିକ ବ୍ୟାଙ୍କ ବନ୍ଦ ରହୁଥିଲେ ମଧ୍ୟ ଅନଲାଇନରେ ଆପଣ ବ୍ୟାଙ୍କ କାର୍ଯ୍ୟ କରିପାରିବେ ।

Leave a Reply