ନିଖୋଜ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ୪ ସାଙ୍ଗ ଗିରଫ

Bangiriposi Police Arrested Four Friend In Bimal Murder Case

ବାରିପଦା: ଶତ୍ରୁତାକୁ ନେଇ ସାଙ୍ଗକୁ ହତ୍ୟା । ବନ୍ଧୁତ୍ୱର ରଜ୍ଜୁରେ ଲାଗିଲା ରକ୍ତର ଛିଟା । ୧୮ ତାରିଖରୁ ନିଖୋଜ ଥିବା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ସୁନାପୋଷି ଗାଁର ବିମଳ ସିଂ ନିଖୋଜ ଥିଲେ । ବିମଳ ନିଖୋଜ ନେଇ ପରିବାର ଲୋକ ଅଭିଯୋଗ କରିଥିଲେ । ପୋଲିସ ବିମଳଙ୍କ ସାଙ୍ଗସାଥୀଙ୍କ ମୋବାଇଲ୍ ଟ୍ରାକ୍ କରି ମୃତଦେହ ଉଦ୍ଧାର କରିଛି । ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସମସ୍ତେ ବିମଳର ସାଙ୍ଗ ବୋଲି ଜଣାପଡ଼ିଛି ।

Bangiriposi Police Arrested Four Friend In Bimal Murder Case

କୌଣସି କାରଣରୁ ବିମଳ ଓ ତା’ସାଙ୍ଗମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଶତ୍ରୁତାରେ ପରିଣତ ହଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପଡ଼ିଥିବା ଅନ୍ୟ ସାଙ୍ଗମାନେ ବିମଳକୁ ପଥରରେ ଛେଚି ହତ୍ୟା କରିଥିଲେ । ବାଙ୍ଗିରିପୋଷ ପୋଲିସ ୪ ଅଭିଯୁକ୍ତ ଦୁର୍ଗା ମାରାଣ୍ଡି, ସନାତନ ମୁର୍ମୁ, ଦୀପକ ନାଏକ ଏବଂ ଜଗନ୍ନାଥ ସୋରେନକୁ ଗିରଫ କରିଛି ।

Leave a Reply