ପୁଣି ଅର୍ଣ୍ଣବଙ୍କ ପାଇଁ ବଢ଼ିଲା ଅଡ଼ୁଆ, ସାମ୍ପ୍ରଦାୟିକ ମନ୍ତବ୍ୟ ନେଇ ଥାନାରେ ରୁଜୁ ହେଲା ମାମଲା..

1 min read
Bandra Migrants Case: Arnab Goswami Summoned by Mumbai Police.

ନୂଆଦିଲ୍ଲୀ: ପୁଣି ଅର୍ଣ୍ଣବଙ୍କ ପାଇଁ ବଢ଼ିଲା ଅଡ଼ୁଆ । ମୁମ୍ବାଇ ପୋଲିସ ପକ୍ଷରୁ ସମନ ଜାରି । ଥାନାରେ ଏଫ୍‌ଆଇଆର୍‌ ପରେ ରୁଜୁ ହେଲା ମାମଲା । ମୁମ୍ବାଇ ସ୍ଥିତ ବାନ୍ଦ୍ରାରେ ଏକାଠି ହୋଇଥିବା ପ୍ରବାସୀଙ୍କୁ ନେଇ ଅର୍ଣ୍ଣବଙ୍କ ସମ୍ପ୍ରଦାୟିକ ମନ୍ତବ୍ୟ ପରେ ପୋଲିସ ଏହି ମାମଲା ରୁଜୁ କରିଛି । ତେବେ ନିକଟ ଅତୀତରେ ଅର୍ଣ୍ଣବ ନିଜ ସୋ’ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଅପମାନିତ କରିଥିବା ଅଭିଯୋଗରେ, ଥାନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ ଜେରାର ସମ୍ମୁଖୀନ ହୋଇଥିଲେ । ଏବେ ପୁଣି ଥରେ ବନ୍ଦ୍ରାଠାରେ ଏକାଠି ହୋଇଥିବା ପ୍ରବାସୀଙ୍କୁ ନେଇ ସାମ୍ପ୍ରଦାୟିକ ଆକ୍ଷେପ କରିଥିବାରୁ ପୋଲିସ ଗତ ମେ’ ଦୁଇ ତାରିଖରେ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା ।

ମେ’ ୧୯ରେ ଏହି ସୁପ୍ରିମ୍‌କୋର୍ଟ ଏହି ମାମଲାକୁ ନେଇ ଅର୍ଣ୍ଣବଙ୍କ ଏକ ପିଟିସନ୍‌କୁ ଖାରଜ କରିଛନ୍ତି । ମହାରାଷ୍ଟ୍ର ପୋଲିସ ନୁହେଁ ବରଂ ସିବିଆଇ ଅର୍ଣ୍ଣବଙ୍କ ନାଁରେ ହୋଇଥିବା ଅଭିଯୋଗର ତଦନ୍ତ କରୁ ବୋଲି, ସୁପ୍ରିମ୍‌କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ ଅର୍ଣ୍ଣବଙ୍କ ଓକିଲ । ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଏହି ମାମଲାରେ ସେଭଳି କିଛି ନାହିଁ ଯେ ଏହାକୁ ସିବିଆଇକୁ ହସ୍ତାନ୍ତର କରାଯିବ ଏବଂ ଏହି ମାମଲାର ତଦନ୍ତ କରିବା ପାଇଁ ମହାରାଷ୍ଟ୍ର ପୋଲିସର ସମ୍ପୂର୍ଣ୍ଣ ଅଧିକାର ରହିଛି ।

ତେବେ ଏହାର ଶୁଣାଣି ସମୟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଓକିଲ ବରିଷ୍ଠ ଆଇନଜୀବୀ ହରିଶ୍‌ ସାଲଭେ କହିଛନ୍ତି, ଅର୍ଣ୍ଣବଙ୍କୁ ପଚରାଉଚରା କରିଥିବା ଜଣେ ପୋଲିସ୍ କର୍ମଚାରୀ COVID-19 ପଜିଟିଭ୍ ଥିବା ଜଣାପଡ଼ିଛି ।

Leave a Reply