୬ ଘଣ୍ଟିଆ ଓଡ଼ିଶା ବନ୍ଦ: ତାଲା ଭାଙ୍ଗି ଧସେଇ ପଶିଲେ, କାର୍ଯ୍ୟାଳୟରେ ଭଙ୍ଗାରୁଜା କଲେ

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରସ ବନ୍ଦର ପ୍ରଭାବ ପଡିଛି । କୋଣାର୍କ ଅସ୍ତରଙ୍ଗରେ କଂଗ୍ରେସ କର୍ମୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ପେଟ୍ରୋଲ, ଡିଜେଲ, ଏଲ ପି ଜି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଆହ୍ୱାନ ଅସ୍ତରଙ୍ଗ ବ୍ଲକ କଂଗ୍ରେସ ପକ୍ଷରୁ ସକାଳୁ ଭୁବନେଶ୍ୱର ଅସ୍ତରଙ୍ଗ ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା ।

ପରେ ଏକ ବିକ୍ଷୋବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଉତକ୍ଷୀପ୍ତ କଂଗ୍ରେସ କର୍ମୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ତାଲା ଭାଙ୍ଗି ଧସେଇ ପଶିଯାଇ କାର୍ଯ୍ୟାଳୟ ଆସବାବପତ୍ର, କାଗଜପତ୍ର , ଫୋପଡାଫିଙ୍ଗା କରି ଭଙ୍ଗାରୁଜା କରିଥିଲେ । ସ୍ଥାନୀୟ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କଂଗ୍ରେସ କର୍ମୀ ମାନେ ଅଟକି ନଥିଲେ ।

Leave a Reply