‘ବାନାନା କରୋନା’ ପାଇଁ ସଙ୍କଟରେ କଦଳୀ ଚାଷ, ଚିନ୍ତାରେ ଭାରତୀୟ ଚାଷୀ…!

1 min read

ଭାରତରେ କରୋନା ଭାଇରସ୍‌ ଭଳି ଆଉ ଏକ ରୋଗ ବ୍ୟାପିବାରେ ଲାଗିଛି । ହେଲେ ଏହି ରୋଗ ମନୁଷ୍ୟ ପାଇଁ କ୍ଷତିକାରକ ନୁହେଁ ବୋଲି ଜଣାପଡ଼ିଛି । ଏହି ରୋଗ କେବଳ କଦଳୀକୁ ହୋଇଥାଏ । ଏହାକୁ ବାନାନା କୋଭିଡ୍ ବୋଲି କୁହାଯାଉଛି । ଏହା ଏକ ପ୍ରକାର ଫଙ୍ଗସ୍‌ ଯହା କଦଳୀ ଫସଲକୁ ନଷ୍ଟ କରିଦେଇଥାଏ । ଏହାର ବୈଜ୍ଞାନିକ ନାମ ହେଉଛି ଫ୍ୟୁଜେରିୟମ୍ ୱିଲ୍ଟ TR4 ।

ଭାରତ ହେଉଛି ବିଶ୍ୱର ସର୍ବବୃହତ କଦଳୀ ଉତ୍ପାଦନକାରୀ ଦେଶ । ବାନାନା କୋଭିଡ୍‌ ରୋଗ ପ୍ରଥମେ ତାଇୱାନରେ ଦେଖିବାକୁ ମିଳିଥିଲା ।ଯାହାର ଷ୍ଟ୍ରେନର ନାମ ଟ୍ରପିକାଲ୍ ରେସ୍ 4 (TR4) । ଏହା ପରେ ଏହି ରୋଗ ମଧ୍ୟପୂର୍ବ ଦେଶ ଦେଇ ଆଫ୍ରିକାରେ ପହଞ୍ଚିଥିଲା । ଏହାପରେ ଲାଟିନ୍ ଆମେରିକାରେ ପହଞ୍ଚିଥିଲା ।

NRCB ନିର୍ଦ୍ଦେଶକ ଏସ୍‌ ଉମା କହିଛନ୍ତି ଯେ, ଫ୍ୟୁଜେରିୟମ୍ ବିଲ୍ଟ TR4 କୁ କଦଳୀ ଫସଲର କରୋନା ଜୀବାଣୁ ଭାଇରସ୍‌ ବୋଲି କୁହାଯାଇପାରେ । କାରଣ ଏହି କାରଣରୁ ସମଗ୍ର ବିଶ୍ୱରେ କଦଳୀ ଫସଲ ନଷ୍ଟ ହୋଇଯାଇଛି ।

ଏସ୍‌ ଉମାଙ୍କ କହିବାନୁଯାୟୀ, ଏହି ରୋଗର ପ୍ରଭାବ‌ ଉତ୍ତରପ୍ରଦେଶ ଏବଂ ବିହାରର ଫସଲ ଉପରେ ଅଧିକ ପଡିବା ସମ୍ଭାବନା ରହିଛି । ଏହି ରୋଗକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଉଛି କିନ୍ତୁ ଏଥିରେ କେତେ ଦୂର ସଫଳତା ମିଳିବ ତାହା ଜଣାନାହିଁ ।

ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ TR4କୁ ଦୁନିଆର ସବୁଠାରୁ ଭୟଙ୍କର ଫସଲ ରୋଗ ବୋଲି କହିସାରିଛି । ଏହି ରୋଗକୁ ରୋକିବା ପାଇଁ କୌଣସି ଉପାୟ ନାହିଁ । ଏଥିପାଇଁ କୌଣସି ଔଷଧ ମଧ୍ୟ ପ୍ରସ୍ତୁତ କରାଯାଇପାରି ନାହିଁ । ଏହି ଭୟଙ୍କର ରୋଗକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଉଛି ଗଛ ଗୁଡ଼ିକୁ କ୍ୱାରେଣ୍ଟାଇନ୍ କରିବା ।

ଏହି ରୋଗ ହେତୁ ସମଗ୍ର ବିଶ୍ୱରେ ପ୍ରାୟ ୧.୯୬ ଲକ୍ଷ କୋଟି ଟଙ୍କାର କଦଳୀ ଫସଲ ନଷ୍ଟ ହୋଇଯାଇଛି । କାରଣ କଦଳୀ ହେଉଛି ଏକମାତ୍ର ଫଳ ଯାହା ସମଗ୍ର ବିଶ୍ୱରେ ଖିଆଯାଇଥାଏ । ଯଦି କଦଳୀକୁ ଏହି ରୋଗରୁ ରକ୍ଷା କରିବାକୁ ଯୋଜନା କରାଯାଏ ତେବେ ଗଛଗୁଡ଼ିକୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ହେବ ।

ପ୍ରତିବର୍ଷ ଭାରତରୁ ପ୍ରାୟ ୨୭୦୦ କୋଟି କିଲୋଗ୍ରାମ କଦଳୀ ଉତ୍ପାଦନ କରାଯାଥାଏ । ଦେଶରେ ପ୍ରାୟ ୧୦୦ ପ୍ରକାରର କଦଳୀ ଚାଷ କରାଯାଉଛି । TR4 ଭଳି ସେହି କଦଳୀକୁ ଅଧିକ ମାତ୍ରାରେ ଆକ୍ରାନ୍ତ କରୁଛି ଯେଉଁ କଦଳୀକୁ ସାଧାରଣତଃ ଅଧିକ ଉତ୍ପାଦନ କରାଯାଇଥାଏ । ଯାହାକୁ ଲୋକମାନେ ଅଧିକ ଖାଆନ୍ତି । ତାହା ହେଲା ହଳଦିଆର ରଙ୍ଗର ଏବଂ ବଙ୍କା କଦଳୀ । ଯାହାକୁ ଗ୍ରାଣ୍ଡ୍ ନାନ୍ କୁହାଯାଏ ।

ଭାରତରେ ପ୍ରତ୍ୟେକ ଘରେ କଦଳୀ ବ୍ୟବାହାର କରାଯାଇଥାଏ । ଏଠାରୁ ଅଧିକ ରପ୍ତାନି ହୁଏ ନାହିଁ | ଇକ୍ୟୁଏଡର୍ ହେଉଛି ବିଶ୍ୱର ସର୍ବ ବୃହତ କଦଳୀ ରପ୍ତାନିକାରୀ ଦେଶ । ଭାରତରେ ଏହି କଦଳୀ ରୋଗ କେଉଁଠୁ ଆସିଲା ତାହା ଏବେ ସୁଦ୍ଧା ବୈଜ୍ଞାନିକମାନେ ଠାବ କରିପାରି ନାହାନ୍ତି ।

ଫ୍ୟୁଜେରିୟମ୍ ୱିଲ୍ଟ TR4 ରୋଗ ନୂଆ ନୁହେଁ । ଏହି ରୋଗ ୧୯୫୦ ମସିହାରେ ଗ୍ରୋସ୍ ମିସେଲ୍‌ କିସମ କଦଳୀକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଥିଲା । ଏହା ପରେ ଏକ ନୂଆ କିସମର କଦଳୀ ଆସିଲା ଯାହାର ନାମ ଗ୍ରାଣ୍ଡ୍ ନାନ୍ । ହେଲେ ଏବେ ଏହି କିସମର କଦଳୀକୁ ମଧ୍ୟ ବାନାନା କୋଭିଡ୍‌ ରୋଗ ଗ୍ରାସ କଲାଣି ।

Leave a Reply