ଟିକ୍‌ଟକ୍‌ ବ୍ୟାନ୍‌ ପରେ ଏବେ ଭାରତରେ ନିଆଁ ଲଗାଇଛି ଏହି ଆପ୍‌, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରୁ ବ୍ୟାନ ହୋଇଛି ୫୯ଟି ଚାଇନୀଜ୍‌ ଆପ୍‌ । ଯାହାମଧ୍ୟରେ ରହିଛି ଟିକ୍‌ଟକ୍‌ ଆପ୍‌ । ଚାଇନୀଜ୍ ଆପ୍ ଉପରେ ନିଷେଧାଦେଶ ପରେ ଭାରତୀୟ ଆପ୍ ‘ଚିଙ୍ଗାରି’ର ଭାଗ୍ୟ ବଦଳିଛି । ଏହି ଆପ୍ ୭୨ ଘଣ୍ଟାରେ ପ୍ରାୟ ୫ ଲକ୍ଷ ଥର ଡାଉନଲୋଡ୍ ହୋଇଛି । ଆନନ୍ଦ ମହିନ୍ଦ୍ରା ଏବଂ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସଞ୍ଜୀବ ସାନିଆଲଙ୍କ ପରି ଭେଟେରାନମାନେ ଏହାକୁ ସମର୍ଥନ କରୁଛନ୍ତି ।

ସୁରକ୍ଷା ଏବଂ ଗୋପନୀୟତା କାରଣ ଦର୍ଶାଇ ଟିକ୍‌ଟକ୍‌ ଭଳି ଚୀନ୍‌ର ୫୯ ଟି ଆପକୁ ସରକାର ନିଷିଦ୍ଧ କରିଛନ୍ତି । ଏହା ପରେ, ଅନେକ ଲୋକ ସେମାନଙ୍କର ଭାରତୀୟ ଏବଂ ଅନ୍ୟାନ୍ୟ ବିକଳ୍ପ ଆପ୍‌ ଗୁଢ଼ିକୁ ଖୋଜିବାରେ ଲାଗିପଡ଼ିଛନ୍ତି । ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଏବଂ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସଞ୍ଜୀବ ସାନିଆଲ୍ ଟ୍ୱିଟ୍ କରି ସ୍ଥାନୀୟ ସୋସିଆଲ୍ ମିଡିଆ ଆପ୍ ‘ଚିଙ୍ଗାରି’କୁ ପ୍ରଶଂସା କରିଛନ୍ତି ଏବଂ ଏହାକୁ ଭାରତର ‘ ଟିକ୍‌ଟକ୍‌ ‘ ବୋଲି ମଧ୍ୟ କହିଛନ୍ତି ।

ଭେଟେରାନ୍ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି କହିଛନ୍ତି, ‘ମୁଁ ଟିକ୍‌ଟକ୍ କେବେ ବି ଡାଉନଲୋଡ୍ କରି ନାହିଁ, କିନ୍ତୁ ମୁଁ ଏବେ ଭାରତୀୟ ଆପ୍‌ ଟିକ୍‌ଟଖ୍‌ ଡାଉନଲୋଡ୍ କରିଛି ।

ଏହି ଆପ୍ ବେଙ୍ଗାଲୁରୁରେ ସୁମିତ ଘୋଷ ଏବଂ ବିଶ୍ୱମା ନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଷ୍ଟାର୍ଟଅପ୍ ଦ୍ୱାରା ଆରମ୍ଭ ହୋଇଛି ।ଏପର୍ଯ୍ୟନ୍ତ, ଏହି ଆପର ପ୍ରାୟ ୨୫ ଲକ୍ଷ ଡାଉନଲୋଡ୍ ହୋଇସାରିଛି ଏବଂ ଏଥିରେ ହିନ୍ଦୀ ଏବଂ ଇଂରାଜୀ ସମେତ ୯ ଟି ଭାଷାରେ ଏକ ଇଣ୍ଟରଫେସ୍ ଅଛି । ବର୍ତ୍ତମାନ ଉଭୟ ଉଦ୍ୟୋଗୀ ଏହାକୁ ଏକ ସୁପର ଆପ୍ ‘ଭାରତ’ ରେ ପରିଣତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ‘ଚିଙ୍ଗାରି’ ୨୦୧୮ ଠାରୁ ପ୍ଲେଷ୍ଟୋରରେ ରହିଛି। ଚିଙ୍ଗାରି ମୁଖ୍ୟତ ୧୮ ରୁ ୨୪ ବର୍ଷର ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଛି  ।

ପିଏ ସଞ୍ଜୀବ ସାନିଆଲ ଟ୍ୱିଟ୍ କରି କହିଛନ୍ତି, ‘ମୁଁ ଟିକ୍‌ଟକ୍‌କୁ କେବେ ବି ବ୍ୟବହାର କରିନାହିଁ, କିନ୍ତୁ ଚିଙ୍ଗାରି ଡାଉନଲୋଡ୍ କରିଛି । ଏହାର ବିଷୟବସ୍ତୁ ସମାନ ପ୍ରକାରର ମଜା ଦେଉଛି ଠିକ୍‌ ଟିକ୍‌ଟକ୍‌ ପରି… କିନ୍ତୁ ଚିଙ୍ଗାରି ହେୁଛି ଆମ ନିଜର ପ୍ଲାଟଫର୍ମ ।

Leave a Reply