ମାଛ ଗୋଦାମ୍ ବ୍ୟବସାୟୀ ପଜିଟିଭ ଚିହ୍ନଟ: ଗୋଦାମ୍ ସିଲ୍ କଲା ପ୍ରଶାସନ

ଖୋର୍ଦ୍ଧା: ଆନ୍ଧ୍ର ଓ ବାଲୁଗାଁ ପଟରୁ ଆସୁଥିବା ମାଛ ଗାଡ଼ି ଉପରେ ଲାଗିଲା କଟକଣା । ବାଲୁଗାଁ ମାଛ ଗୋଦାମକୁ ସାତଦିନ ପାଇଁ ବନ୍ଦ କରିଦିଆଯାଇଛି । ଗୋଦାମରେ ଜଣେ ବ୍ୟବସାୟୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ପୋଲିସ୍ ଟିମ ସହ ପହଞ୍ଚି ଆକ୍ରାନ୍ତଙ୍କ ଗୋଦାମ ଓ ବରଫ ଫ୍ୟାକ୍ଟ୍ରିକୁ ସିଲ କରିବା ସହ ସମସ୍ତ ମାଛ ନଷ୍ଟ କରିଦେଇଛନ୍ତି । ଆକ୍ରାନ୍ତ ବ୍ୟବସାୟୀଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଗଞ୍ଜାମ ପଟରୁ ଆସୁଥିବା ସମସ୍ତ ମାଛ ଗାଡି ଉପରେ ନଜର ରଖାଯାଇଛି । ଏହି ଗୋଦାମରୁ ଓଡିଶା ଓ ଆନ୍ଧ୍ରପ୍ରଦେଶରୁ ବିପୁଳ ପରିମାଣ ମାଛ ରପ୍ତାନ୍ତୀ ହୋଇଥାଏ ।

ସୂଚନା ଯୋଗ୍ୟ ଯେ, ଲକ୍‌ଡାଉନ୍ ସମୟରେ କୌଣସି ପ୍ରକାର ମାଲବାହୀ ଗାଡ଼ି ଚଳାଚଳ କଟକଣା ନାହିଁ । ଖାଦ୍ୟ ସାମଗ୍ରୀ ନେଇ ଯାଉଥିବା ଟ୍ରକ୍ ଯାତାୟାତ କରିପାରିବେ । ଏହି ସମୟରେ ଟ୍ରକ ଡ୍ରାଇଭରମାନଙ୍କ ସୁବିଧା ପାଇଁ ରାସ୍ତାକଡ଼ରେ ଢାବା ମଧ୍ୟ ଖୋଲାରହିଛି ।

କିନ୍ତୁ ସେଠାରୁ କେବଳ ପାର୍ସଲ ନେଇ ଯାଇପାରିବେ ଟ୍ରକ ଡ୍ରାଇଭର । ତେବେ ଗୋଦାମ୍ ସିଲ୍‌ ହେବା ପରେ ରାଜଧାନୀକୁ ମାଛ ଆସିବା କମ୍ ହେବ । ଯାହାଫଳରେ ମାଛ ଦରରେ ବଢ଼ିବାର ମଧ୍ୟ ଏଡ଼ାଇ ଦିଆଯାଇପାରିବନାହିଁ ।

 

Leave a Reply