ହାଥରସ୍ ଗଣଦୁଷ୍କର୍ମ ମାମଲା ପରେ ପୁଣି ଆସିଲା ବଳରାମପୁରର ଗଣଦୁଷ୍କର୍ମ ମାମଲା, ଏଠାରେ ମଧ୍ୟ…

ବଳରାମପୁର: କରୋନା କବଳରୁ ଏଯାଏଁ ମୁକ୍ତ ହୋଇନି ଦେଶ । ଭୟଙ୍କର କରୋନା ମହାମାରୀ ଭିତରେ ମହିଳା ଶୀକାର ହେଉଛନ୍ତି ଦୁଷ୍କର୍ମର ମହାମାରୀର । ମଣିଷରୂପି ପିଶାଚ ସେମାନଙ୍କର ଶରୀରର ଭୋକ ମେଣ୍ଟାବାକୁ ଯାଇ ଶୀକାର ହୋଇ ସାରିଲେଣି ଦୁଇ ଦୁଇଟି ନିରିହ ଜୀବନ । ଉତ୍ତରପ୍ରଦେଶର ହାଥରସ ଘଟଣା ମନରୁ ନଲିଭୁଣୁ ଆଉ ଏକ ଦୁଷ୍କର୍ମର ଜୁଇ ଜଳିବାକୁ ଲାଗିଛି । ଉତ୍ତରପ୍ରଦେଶର ବଳରାମପୁରଠାରେ ଆଉ ଜଣେ ଯୁବତୀଙ୍କୁ ହୋଇଛି ଗଣଦୁଷ୍କର୍ମ । ୟୁପିର ଦୁଷ୍କର୍ମର କଳା ଇତିହାସରେ ଯୋଡ଼ି ହୋଇଛି ଆଉ ଗୋଟିଏ କଳା ଫର୍ଦ୍ଦ । ଉତ୍ତରପ୍ରଦେଶର ବଳରାମପୁର ଗଣଦୁଷ୍କର୍ମ ପୀଡିତାଙ୍କ ମଧ୍ୟ ବିଳମ୍ବିତ ରାତିରେ ସୁରକ୍ଷା ବାହିନୀଙ୍କ ଉପସ୍ଥିତିରେ ଶବଦାହ କରାଯାଇଥିଲା । ପୋଷ୍ଟମର୍ଟମ ପରେ ପୋଲିସ୍ ଫୋର୍ସ ସୁରକ୍ଷା ମଧ୍ୟରେ ଗେସଡ଼ିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ମଙ୍ଗଳବାର ଦିନ କଲେଜରେ ଆଡମିଶନ ଫି ଜମା କରି ଫେରୁଥିବା ବେଳେ ଛାତ୍ରୀ ଜଣଙ୍କ ଗଣଦୁଷ୍କର୍ମର ଶୀକାର ହୋଇଥିଲେ । ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଛାତ୍ରୀକୁ ଅପହରଣ କରିବା ପରେ ଗଣଦୁଷ୍କର୍ମ କରାଯାଇଥିଲା । ଏହି ମାମଲାରେ ଅଭିଯୁକ୍ତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ।

Rape Attempt Victim Attacked Stabbed With Knife Kanpur UP

ପରିବାର ଲୋକଙ୍କ କହିବାନୁସାରେ, ମୃତ ପୀଡ଼ିତା ଯିଏ ଏକ ଘରୋଇ ଫାର୍ମରେ କାମ କରୁଥିଲେ । ବୁଧବାର ଦିନ ଯେତେବେଳେ ଯୁବତୀ ଜଣଙ୍କ କାମ କରିବାକୁ ଯାଇଥିଲା । ସେ ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ଘରକୁ ଫେରି ନଥିଲେ । ପରିବାର ଲୋକେ ଫୋନ୍ ଯୋଗେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଝିଅଟି ସହ କୌଣସି ଯୋଗାଯୋଗ ହୋଇପାରିଲା ନାହିଁ । କିନ୍ତୁ କିଛି ସମୟ ପରେ ଯୁବତୀ ଜଣଙ୍କ ରିକ୍ସାରେ ଆସି ଘରେ ପହଞ୍ଚି ଥିଲେ । ଏବଂ ତାଙ୍କ ଅବସ୍ଥା ଭଲ ନଥିଲା ।

ପରିବାର ଲୋକେ ସଙ୍ଗେ ସଙ୍ଗେ ଯୁବତୀଙ୍କୁ ଡାକ୍ତରଖାନା ନେଇଥିଲେ । କିନ୍ତୁ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।  ପରିବାର ଲୋକେ ଦୁଇଜଣଙ୍କ  ନାଁରେ ଅଭିଯୋଗ ଆଣିଛନ୍ତି । କହିଛନ୍ତି ଯେ ଏହିଦୁଇଜଣ ତାଙ୍କ ଝିଅ ସହ ଗଣଦୁଷ୍କର୍ମ ହୋଇଥିଲା । ପରେ ତାର ଚିକିତ୍ସା କରାଇଥିଲେ । ଯେତେବେଳେ ଯୁବତୀର ଅବସ୍ଥା ଖରାପ ହେଲା, ସେମାନେ ତାଙ୍କୁ ଘରକୁ ପଠାଇ ଦେଲେ ।

ପୋଲିସ କହିଛି ଯେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଏହି ଘଟଣାରେ ପୀଡିତାଙ୍କ ହାତ, ଗୋଡ ଏବଂ ଅଣ୍ଟା ଭାଙ୍ଗିବା ଠିକ୍ ନୁହେଁ ବୋଲି ବଳରାମପୁର ପୋଲିସ କହିଛି । ତେବେ ଏନେଇ ପୋଷ୍ଟମର୍ଟମ ରିପୋର୍ଟରେ କିଛି ସ୍ପଷ୍ଟ ହୋଇନାହିଁ । ଆପଣଙ୍କୁ କହି ରଖୁଛୁ ଯେ, ହାଥ୍ରାସରେ ଗଣଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ଏବଂ ତାଙ୍କ ଶବଦାହକୁ ଜବରଦସ୍ତ କରିବା ପରେ ୟୁପି ପୋଲିସ ସ୍କାନରରେ ଅଛି। ଏହି ସମୟରେ ବଳରାମପୁରରେ ଗଣଦୁଷ୍କର୍ମ ଘଟଣା ଯୋଗୁଁ ପୋଲିସ ପୁଣି ଟାର୍ଗେଟକୁ ଆସିଛି।

Leave a Reply