ଦେଶଦ୍ରୋହ ଅପରାଧରେ ଈଶ୍ୱର ଚନ୍ଦ୍ର ବେହେରାକୁ ଆଜୀବନ କାରାଦଣ୍ଡାଦେଶ

Baleswar ADJ Court Convicted Iswar Chandra Behera Treason

ବାଲେଶ୍ୱର: ଦେଶଦ୍ରୋହ ଅପରାଧରେ ଈଶ୍ୱର ଦୋଷୀ । ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ଦେଉଥିଲେ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ । ବାଲେଶ୍ୱର ଏଡିଜେ କୋର୍ଟ ଈଶ୍ୱରଚନ୍ଦ୍ର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ଶୁାଣଇଛନ୍ତି । ତାଙ୍କ ବିରୋଧରେ ୧୨୦ ଏ, ବି, ୧୨୧ ସେକସନ ୩ ଓ ସେକସନ ୪ ଅଫିସିଆଲ ସିକ୍ରେଟ୍ ଆକ୍ଟ ଲାଗିଛି ।  ଅନ୍ୟମାନଙ୍କ ସହ ଈଶ୍ୱର କଥା ହୋଇଥିବା ରେକର୍ଡ ଅଛି । କୋର୍ଟରେ ଉପସ୍ଥାପିତ ୬୦୦ରେକର୍ଡର ସତ୍ୟତା ରହିଛି । ପ୍ରତିରକ୍ଷା ବିଭାଗର ମିସାଇଲ ପରୀକ୍ଷା ସଂକ୍ରାନ୍ତୀୟ ତଥ୍ୟ ପରୀକ୍ଷା ପରେ ବିଭାଗ ପକ୍ଷରୁ ଘୋଷଣା କରାଯାଏ । ଈଶ୍ୱର ଏହି ସବୁ ସୂଚନା ପରୀକ୍ଷଣ ପୂର୍ବରୁ ଦେଇଥିବାରୁ ସେ ଦୋଷୀ ବୋଲି କୋର୍ଟ କହିଛନ୍ତି । ଏଥିସହ ଈଶ୍ୱରକୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

Baleswar ADJ Court Convicted Iswar Chandra Behera Treason

ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହ ଲିଙ୍କରେ ଈଶ୍ୱରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଚାନ୍ଦିପୁର ପୋଲିସ ଗତ ୨୦୧୪ ମସିହା ଡିସେମ୍ବର ୨୨ ତାରିଖରେ ଈଶ୍ୱର ବେହେରାଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଈଶ୍ୱର ବେହେରା ବାରମ୍ବାର ଜାମିନ ଆବେଦନ କରିଥିଲେ ମଧ୍ୟ ଖାରଜ ହୋଇଯାଇଥିଲା । ଜାମିନ ଆବେଦନ ଖାରଜ ହେଇ ଯାଉଥିବାରୁ ଗତ ୭ ବର୍ଷ ଧରି ଈଶ୍ୱର ବିଚାରାଧୀନ କଏଦୀ ଭାବେ ବାଲେଶ୍ୱର ଜେଲ୍‌ରେ ଅଛି ।

Baleswar ADJ Court Convicted Iswar Chandra Behera Treason

ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ଜଣେ ଠିକା କ୍ୟାମେରା ମ୍ୟାନ୍‌ ଭାବେ ନିଯୁକ୍ତି ପାଇଥିଲେ ଈଶ୍ୱର । ଏହି ସମୟରେ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ପର୍କିତ ତଥ୍ୟ ଶତ୍ରୁ ପକ୍ଷର ଜଣେ ଏଜେଣ୍ଟଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ବାଲେଶ୍ୱର ଏଡିଜେ କୋର୍ଟ ଈଶ୍ୱର ଚନ୍ଦ୍ର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply