ପଶ୍ଚିମବଙ୍ଗରୁ ଗିରଫ ହେଲେ ଫେରାର୍ ପ୍ରଧାନଶିକ୍ଷକ

Balasore Police arrested Escaped Headmaster from West Bengal

ବାଲେଶ୍ୱର: ଶିକ୍ଷା ମନ୍ଦିରରେ କଳଙ୍କର ଛିଟା ପକାଇଲେ ଶିକ୍ଷକ । ବିଦ୍ୟାଳୟ ପରିସରକୁ ପାଣି ଆଣିବାକୁ ଯାଇଥିବା ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ ହୋଇଛନ୍ତି । ଫେରାର୍ ଥିବା ପ୍ରଧାନଶିକ୍ଷକଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ସିଂଲା ପୋଲିସ । ଅସଦାଚରଣ ଅଭିଯୋଗ ପରେ ୩ ଦିନ ହେଲା ପ୍ରଧାନ ଶିକ୍ଷକ ନିଖୋଜ ଥିଲେ ।

କଣ ଥିଲା ଅଭିଯୋଗ ?

ବାଲେଶ୍ୱର ସିଂଲା ଥାନା ନହଞ୍ଜରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜୈନକା ଚତୁର୍ଥ ଶ୍ରେଣୀ ୧୦ ତାରିଖ ସକାଳେ ବିଦ୍ୟାଳୟ ହତା ଭିତରକୁ ପାଣି ଆଣିବାକୁ ଯାଇଥିଲେ । ସେହି ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ଅଫିସକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଏତଲା ଦେଇଥିଲେ । ପୋଲିସ ୧୦୩/୨୦ରେ ପୋକ୍ସୋ ଧାରାରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା ।

ଛାନଭିନ୍ ପରେ ସିଂଲା ପୋଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଚି । ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଛି । ପୂର୍ବରୁ ଅଭିଯୁକ୍ତ ପ୍ରଧାନଶିକ୍ଷକ ଗଣେଶଚନ୍ଦ୍ର ସାହୁଙ୍କ ନାଁରେ ଅନୁରୂପ ଅଭିଯୋଗ ହୋଇ ଆସୁଥିଲା ।

Leave a Reply