୫ବର୍ଷ ପରେ ବଡଭାଇର ହତ୍ୟାକାରୀ ସାନଭାଇ ଧରା ପଡିଲା,କିଏ ଧରାଇଲେ ଜାଣନ୍ତୁ..

ବାଲେଶ୍ୱର: ୫ ବର୍ଷ ପରେ ହତ୍ୟା ଅଭିଯୁକ୍ତକୁ ଗିରଫ କଲା ପୋଲିସ । ପତ୍ନୀଙ୍କ ଉଦ୍ୟମରେ ସ୍ୱାମୀର ଦୋଷୀକୁ ଧରିବାରେ ସଫଳ ହେଲା ପୋଲିସ । ଦୀର୍ଘ ୫ବର୍ଷ ହେବ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଖୁଲମ ଖୁଲା ଆଖି ଆଗରେ ବୁଲୁଥିବାର ଦେଖୁ ଥିଲେ କିନ୍ତୁ କିଛି କରିପାରୁନଥିଲେ । କାରଣ ପୋଲିସ ଅନୁସାରେ ଅଭିଯୁକ୍ତ ଫେରାର ଥିଲା । ସବୁ ପ୍ରମାଣ ଥିଲା କିନ୍ତୁ ହତ୍ୟାକାରୀ ନଥିଲା । ହତ୍ୟାକାରୀ ୫ ବର୍ଷ ହେଲା ଗାଏବ ଥିଲା । ଏବେ ପତ୍ନୀଙ୍କ ଉଦ୍ୟମରେ ଧରା ପଡିଛି ହତ୍ୟାକାରୀ  ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା ସୋର ରାଉତରାୟପୁର ଗାଁର । ଏହି ଗାଁର ସୁଦୀପ୍ତ ମାହନ୍ତିଙ୍କୁ ତାଙ୍କ ସାନ ଭାଇ ହତ୍ୟା କରି ଫେରାର ଥିଲେ । କିନ୍ତୁ ହତ୍ୟାକାରୀ କେଉଁଠି ଅଛି ତାହା ଜାଣିଥିଲେ ସୁଦୀପ୍ତଙ୍କ ପତ୍ନୀ । କରାଣ ହତ୍ୟାକାରୀ ଘର ପାଖରେ ହିଁ ଥିଲା । ଆଉ ଖୁଲମଖୁଲା ବୁଲୁଥିଲା । ଶେଷରେ ତାଙ୍କରି ଉଦ୍ୟମରେ ପୋଲିସ ହତ୍ୟାକାରୀକୁ ଗିରଫ କରିପାରିଛି ।

୨୦୧୫ ମସିହାରେ ସୁଦୀପ୍ତ ମହାନ୍ତିଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ମିଳିଥିଲା । ଏହା ଏକ ହତ୍ୟାକାଣ୍ଡ ବୋଲି ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ସୁଦୀପ୍ତଙ୍କ ହତ୍ୟାକାରୀ ତାଙ୍କ ସାନଭାଇ ସଞ୍ଜୀବ ମହାନ୍ତି ବୋଲି ପ୍ରମାଣ ମଧ୍ୟ ମିଳିଥିଲା । ହେଲେ ସଞ୍ଜୀବକୁ ଗିରଫ କରିପାରିନଥିଲା ପୋଲିସ । ଏହା ମଧ୍ୟରେ ସୋର ଥାନାର ନୂଆ ଅଧିକାରୀ ମଧୁମିତା ମହାନ୍ତିଙ୍କୁ ସୁଦୀପ୍ତଙ୍କ ପତ୍ନୀ ସସ୍ମିତା ଅଭିଯୋଗ ବିଷୟରେ ଜଣାଇଥିଲେ । ସଞ୍ଜୀବ ସୋରରେ ଥିଲେ ମଧ୍ୟ ପୋଲିସ ତାକୁ ଜାଣିଶୁଣି ଫେରାର ଦର୍ଶାଇଥିବା ଅଭିଯୋଗ କରିଥିଲେ ସସ୍ମିତା।

ଏହାପରେ ନୂଆ ଥାନା ଅଧିକାରୀ ମଧୁମିତା ମହାନ୍ତି ପୁରୁଣା ଫାଇଲ ଖୋଲି ଅଭିଯୁକ୍ତ ସଞ୍ଜୀବକୁ ଧରିବା ପାଇଁ ଯୋଜନା କରିଥିଲେ । ଏହାପରେ ଯୋଜନା ଅନୁସାରେ ହିଁ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ପୋଲିସ । ସଞ୍ଜୀବ ପରିବା କିଣିବାକୁ ଆସିଥିବା ବେଳେ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ପାଇବା ନେଇ ଆଶା ରଖିଛନ୍ତି ସସ୍ମିତା ।

Leave a Reply