ତାରା ପଟ୍ଟନାୟକଙ୍କ କଂପାନୀ ଫାଲକନରୁ ଗ୍ୟାସ୍ ଲିକ୍ ଘଟଣାକୁ ରଫାଦଫା ଉଦ୍ୟମ !

1 min read

ଭୁବନେଶ୍ୱର : ରାଜ୍ୟର ଅନ୍ୟତମ ସର୍ବବୃହତ୍ ଚିଙ୍ଗୁଡି ପ୍ରୋସେସିଂ ୟୁନିଟ୍ ଫାଲକନ୍ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାକୁ ରଫାଦଫା କରିବାକୁ ପ୍ରୟାସ ଚାଲିଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥଳେ ଏବେ ବିବାଦ ଘେରକୁ ଆସିଛି ବାଲେଶ୍ୱର ଡିଭିଜନାଲ୍ ଲେବର କମିଶନରଙ୍କ କାର୍ଯ୍ୟକଳାପ ।


ଗ୍ୟାସ୍ ଲିକ୍ ସଂପର୍କରେ ସାମାନ୍ୟତମ ସୂଚନା ନଦେଇ କାରଖାନା ସଫା କରାଯିବା ବେଳେ ଆବଶ୍ୟକତାଠାରୁ ଅଧିକ ବ୍ଲିଚିଂ ପାଉଡର୍ ପକାଯିବା ଯୋଗୁଁ ଏହା ଏସି ସଂଯୋଗରେ ଆସି ଏଭଳି ଅଘଟଣ ଘଟିଥିବା ଡିଏଲସି ନିଜ ରିପୋର୍ଟରେ ଦର୍ଶାଇଛନ୍ତି । ପ୍ଲାଣ୍ଟରୁ ଆମୋନିଆ ଲିକ୍ ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଏତେ ତରବରିଆଭାବେ କାହିଁକି ରିପୋର୍ଟ ଦେଇଦେଲେ ଡିଏଲସି ? ତାଙ୍କ ଉପରେ କାହାରି ଚାପ ରହିଥିଲା କି ? ନା କର୍ତ୍ତପକ୍ଷଙ୍କ ଇସାରାରେ ପ୍ରସ୍ତୁତ ହୋଇଛି ଏଭଳି ରିପୋର୍ଟ ତାହା ଏବେବି ସନ୍ଦେହ ଘେରରେ । ସବୁଠାରୁ ବଡ଼କଥା ହେଲା ହସ୍ପିଟାଲରୁ ଏଯାଏଁ ସବୁ ଅସୁସ୍ଥଙ୍କୁ ଛାଡ଼ କରାଯାଇନଥିବା ବେଳେ ରିପୋର୍ଟ ପ୍ରଦାନ କରି ତରବରିଆ ଭାବେ ନିଜର କାର୍ଯ୍ୟ ସାରିଦେବାକୁ ଅପଚେଷ୍ଟା କରିନାହାନ୍ତି ତ ଡିଏଲସି ? ତାରା ପଟ୍ଟନାୟକଙ୍କ କଂପାନୀରୁ ବାହାରିଥିବା ଗ୍ୟାସ୍ ଲିକର କଥା ସେତିକିରେ ସରିନି ।


ଘଟଣାଦିନ ବି’ ସିଫ୍ଟ ଆରମ୍ଭ ହେବା ପରେ ପରେ ଏଭଳି ଗ୍ୟାସ୍ ନିର୍ଗତ ହୋଇଥିଲା । ତୁରନ୍ତ ସିଫ୍ଟ ଇନଚାର୍ଜଙ୍କୁ ଏ ବାବଦରେ ଅବଗତ କରାଯାଇଥିଲା । ମାତ୍ର ଏହାକୁ ପ୍ରଥମେ ଅତି ହାଲୁକା ଭାବେ ନେଇଥିଲେ କଂପାନୀ କର୍ତ୍ତୃପକ୍ଷ ଯାହା ଅସୁସ୍ଥ କର୍ମଚାରୀ ତାଙ୍କ ବୟାନରେ କହିଛନ୍ତି । ଗ୍ୟାସ୍ ଲିକ୍ ବଢ଼ିବା ସହ ପରିସ୍ଥିତି ଭୟାନକ ଦିଗକୁ ଗତିକରିବାରୁ ସମସ୍ତଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା । ଏ ଅଘଟଣ ପଛରେ ସେହି ବେପରୁଆ ଅଧିକାରୀଙ୍କୁ କିଭଳି ବରଦାସ୍ତ କରିଥିଲା କଂପାନୀ ।


ଏ ସବୁ ପରେ ବି ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି ଯେ, ପ୍ଲାଣ୍ଟରେ ଶିଶୁ ଶ୍ରମିକ କାର୍ଯ୍ୟକରିବା ଘଟଣାର ତଦନ୍ତ କରାଯିବ । ଡିଏଲସି ଗୋଟିଏ ପଟେ ତରବରିଆଭାବେ ରିପୋର୍ଟ ଦେଉଛନ୍ତି କିନ୍ତୁ ଶିଶୁ ଶ୍ରମିକ କାମ କରୁଥିବା ଘଟଣା ତାଙ୍କ ଆଖିକୁ ଦେଖାଯାଉନଥିବା ସ୍ଥାନୀୟ ଲୋକେ କହିଛନ୍ତି । ଦିନେ କି ଦୁଇଦିନ ନୁହେଁ ବର୍ଷ ବର୍ଷ ଧରି ଶିଶୁ ଶ୍ରମିକ ଯଦି କାମ କରୁଥିଲେ ତେବେ ଶ୍ରମ ବିଭାଗ କରୁଥିଲା କଣ ? ତାରା ପଟ୍ଟନାୟକଙ୍କ କଂପାନୀର ଅଧିକାରୀଙ୍କ ଆଖିକୁ ଏହା ଆଇନତଃ ବୋଲି କିଭଳି ଦେଖାଗଲା ?

 

https://nandighoshatv.comwhy-gas-leak-from-the-balasore-falcon-seafood-plant/

ଏ ପ୍ରସଙ୍ଗରେ ମୁଁହ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଦାମୋଦର ରାଉତ । କହିଛନ୍ତି ଫାଲକନ୍ କମ୍ପାନୀ ଚିଙ୍ଗୁଡି ବ୍ୟବସାୟକରି ବିଦେଶକୁ ଚିଙ୍ଗୁଡ଼ି ରପ୍ତାନି କରିଥାଏ । କ୍ଳୋରିନ ଗ୍ୟାସ ଯୋଗୁଁ ଅନେକ ଆହତ ହୋଇଛନ୍ତି, ସେଥିରେ ନାବାଳିକା ମଧ୍ୟ ଅଛନ୍ତି । ଏହା ଏକ ଦୁର୍ଘଟଣା ବୋଲି ଦାମ ବାବୁ କହିଛନ୍ତି । ଓଡିଶାରେ କେନ୍ଦ୍ରୀୟ ଆଇନ୍-୨୦୦୫କୁ ଉଲଙ୍ଘନ କରିବାର ପରିଣାମ ଏଇ ଦୁର୍ଘଟଣା ବୋଲି ସେ ଅଭିଯୋଗ କରିଛନ୍ତି । ଗୋଟିଏ ସ୍ଥାନରେ ଯାହା ହୋଇଛି କାଲି ତାହା ଆଉ କେଉଁଠି ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଦାମ ବାବୁ । ବ୍ୟବସ୍ଥାରେ ରହିଛି ଯେ, ସମୁଦ୍ରକୂଳରୁ ୨ କିଲୋମିଟର ମଧ୍ୟରେ ଚିଙ୍ଗୁଡି ଚାଷ କରାଯାଇପାରିବ ନାହିଁ । ଯେଉଁମାନେ ଏହାକୁ ଉଲଙ୍ଘନ କରିବେ ସେମାନଙ୍କୁ ୩ ମାସ ଜେଲ ଏବଂ ୧ଲକ୍ଷ ଟଙ୍କାର ଜୋରିମାନା ପାଇଁ ମଧ୍ୟ ଆଇନରେ ବ୍ୟବସ୍ଥା ରହିଛି । କିନ୍ତୁ ଏ ନେଇ ବିଭାଗୀୟ ଅଧିକାରୀମାନେ ଆଖି ବୁଜି ଦେଇଥିବା ଦାମୋଦର ଅଭିଯୋଗ କରିଛନ୍ତି । ଚିଙ୍ଗୁଡି ମାଫିଆମାନେ ଗରୀବଙ୍କ ଜମି ନେଇ ଚିଙ୍ଗୁଡି ଚାଷ କରୁଛନ୍ତି, ସେମାନଙ୍କୁ ଧରିବା ଦରକାର, ଚାଷ ବନ୍ଦ କଲେ ସବୁ ବନ୍ଦ ହେବ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ।

ଏପଟେ ଫାଲକନର କାର୍ଯ୍ୟକଳାପକୁ ସନ୍ଦେହ ଦୃଷ୍ଟିରେ ଦେଖିଲେଣି ସ୍ଥାନୀୟ ବାସିନ୍ଦା । ଚିଙ୍ଗୁଡି ପ୍ରୋସେସିଂ ନାଁରେ ମୃତ୍ୟୁ ବାଣ୍ଟିବାର ଷଡ଼ଯନ୍ତ୍ର ହୋଇନି ତ ? ')}

Leave a Reply