ବଙ୍ଗାଳୀ ମିସ୍ତ୍ରୀଙ୍କୁ ହତ୍ୟା ମାମଲାରେ ୬ ଗିରଫ

ବଲାଙ୍ଗୀର: ବଙ୍ଗାଳୀ ମିସ୍ତ୍ରୀଙ୍କୁ ହତ୍ୟା ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଭୋଜି କରି ନିଶାସକ୍ତ ଅବସ୍ଥାରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଭିଆଇଥିବା ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସଡିପିଓ ସୂଚନା ଦେଇଛନ୍ତି । ମୃତ ବଙ୍ଗାଳୀ ମିସ୍ତ୍ରୀ ଶେଖ୍‌ ବାନୀଙ୍କୁ ନିର୍ମମ ଭାବେ ହତ୍ୟା କରି ଛାତରୁ ନାଳକୁ ଫିଙ୍ଗି ଦେଇଥିଲେ ସହଯୋଗୀ । ପ୍ରଥମେ ଶେଖ୍‌ଙ୍କୁ ପଥରରେ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ବେଡସିଟ୍ ଘୋଡାଇ ମୃତଦେହକୁ ନାଳକୁ ଫିଙ୍ଗାଯାଇଥିଲା । ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ପ୍ରତ୍ୟେକ ଦିନ ଟଙ୍କା ଭାଗବଣ୍ଟାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ଲାଗେ । ୮ ବର୍ଷ ହେବ କୋଲକାତାରୁ ଆସି ବଲାଙ୍ଗୀରରେ ରହି ଘର ମିସ୍ତ୍ରି ଭାବେ କାମ କରି ରହୁଥିଲେ ଶେଖ୍‌ ।

ସୂଚନା ଯୋଗ୍ୟ ଯେ, ଗତକାଲି ଗେଟ୍‌ ସୋରବର ପଡ଼ାରେ ଏହି ହତ୍ୟାକାଣ୍ଡ ଘଟିଥିଲା । ବଙ୍ଗାଳୀ ରାଜମିସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା । ସେକ୍‌ଙ୍କ ସହ ରହୁଥିବା ୫ ସହଯୋଗୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଶୁକ୍ରବାର ସକାଳୁ ପାଲିସ ସେକ ବାନୀଙ୍କ ମୃତଦେହ ନାଳରୁ ଉଦ୍ଧାର କରିଥିଲା ।  ଘଟଣାରେ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ମୃତ ଶେଖ୍‌ ବାନୀ ୮ବର୍ଷ ହେୱା କୋଲକାତାରୁ ଆସି ବଲାଙ୍ଗୀରରେ ରହୁଥିଲେ । ତେବେ ବିଭିନ୍ନ ସମୟରେ ଟଙ୍କା ଭାଗବଣ୍ଟାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ବୋଲି ସ୍ଥାନୀୟ ଲୋକ କହିଥିଲେ ।

Leave a Reply