ବ୍ୟବସାୟ ଛାଡ଼ି ଏବେ ୨୫୦ ଆଦିବାସୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି

କୋଏମ୍ବାଟୁର: ବ୍ୟବସାୟ ଛାଡ଼ି ଏବେ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି । ୬୦ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟବସାୟ ଚଳାଉଥିଲେ ଆଉ ଏବେ ୨୫୦ ଆଦିବାସୀଙ୍କୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ଯୋଗାଉଛନ୍ତି  । ଦେଢ଼ ବର୍ଷ ଧରି, ଥୋଥୁକୁଡିର ୬୩ ବର୍ଷିୟ ଏମ୍‌ ବାଲାଚନ୍ଦ୍ର ଅସୁସ୍ଥତା କିମ୍ବା ବୃଦ୍ଧାବସ୍ଥା ହେତୁ କାମ କରିବାକୁ ଯାଇପାରୁ ନଥିବା ଆଦିବାସୀ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଉଛନ୍ତି।

ସେ ପ୍ରଥମେ ଅନାଇକାଟୀ ପାହାଡରେ ପାନପାଲ୍ଲୀ, କୋଣ୍ଡାନୁର, ଜାମ୍ବୁକାଣ୍ଡି, କୁଟୁପୁଲି ଏବଂ ଥେକାଲୁରରେ ଥିବା ଆଦିବାସୀ ହାମଲେଟ୍ ପରିଦର୍ଶନ କରିଥିଲେ। ପରେ ଖାଦ୍ୟ ବାଣ୍ଟିବା ପାଇଁ ନିସ୍ପତି ନେଇଥିଲେ ।

ପ୍ରତିଦିନ ରାମଚନ୍ଦ୍ର, ତାଙ୍କ ସାଙ୍ଗ – ଅନିକାଟିର ମୁରୁଗାନ୍, ୧୧ ରୁ ୧୨ ଟା ମଧ୍ୟରେ ହାମଲେଟରେ ଆଦିବାସୀଙ୍କୁ ୨୫୦ ପ୍ୟାକେଟ୍ ବିଭିନ୍ନ ପ୍ରକାରର ଖାଦ୍ୟ ଦିଅନ୍ତି । ଏହା ବ୍ୟତୀତ, ପ୍ରତି ତୃତୀୟ ରବିବାରରେ ସେ ପାଲାମଲାଇ ଜନଜାତି ଅଞ୍ଚଳ ପରିଦର୍ଶନ କରି ୨୫୦ ଆଦିବାସୀ ପରିବାରକୁ ୫ କିଲୋଗ୍ରାମ ଚାଉଳ ଏବଂ ୧ କିଲୋଗ୍ରାମ ଡାଲି ମଧ୍ୟ ପ୍ରଦାନ କରଥାନ୍ତି ।

ବାଲାଚନ୍ଦ୍ରଙ୍କର ଏକ ପତ୍ନୀ, ଗୋଟିଏ ପୁଅ ଏବଂ ଦୁଇ ଝିଅ ଅଛନ୍ତି । ପୁଅ କୋଏମ୍ବାଟୁରର ଏକ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଜେନେରାଲ୍ ମେଡିସିନ୍ରେ ଡାକ୍ତର ଭାବରେ କାର୍ଯ୍ୟ କରନ୍ତି । ଦୁଇ ଝିଅ ବିଦେଶରେ ବସବାସ କରିଛନ୍ତି। ସେ କହିଛନ୍ତି ଯେ କୋଏମ୍ବାଟୁରଠାରେ ଜନ୍ମ ହୋଇଥିବା ତାଙ୍କ ପତ୍ନୀ ଜୀବନର ଶେଷ ପର୍ଯ୍ୟାୟକୁ ସେହି ଅଞ୍ଚଳରେ ବଞ୍ଚିବାକୁ ଚାହୁଁଥିଲେ।

ସେ କହିଛନ୍ତି, “ଆଦିବାସୀ ହାମଲେଟରେ ଅଭାବୀ ଲୋକଙ୍କୁ ଖାଦ୍ୟ ପରିବେଷଣ କରିବା ପାଇଁ ଆମେ ଆଦିବାସୀ ଅଞ୍ଚଳକୁ ଘର ଦ୍ୱାର ପରିଦର୍ଶନ କରିଥିଲୁ। ସବିଶେଷ ତଥ୍ୟ ନେବା ପରେ ଆମେ ସେମାନଙ୍କ ହାମଲେଟ୍ ପରିଦର୍ଶନ କରି ସେମାନଙ୍କୁ ଖାଦ୍ୟ ପରିବେଷଣ କରିବା ଆରମ୍ଭ କରିଥିଲୁ।” ଥାଡାଗାମରେ ରହୁଥିବା ମହିଳା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ।

ପ୍ରତିଦିନ ୨୫୦ ଜଣଙ୍କୁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସେ ପ୍ରାୟ ୬ ହଜାର ଟଙ୍କା ଖର୍ଚ୍ଚ କରନ୍ତି ।

 

Leave a Reply