ବୈତରଣୀ ନଦୀ ବନ୍ୟା ଜଳ ମୁଖ୍ୟ ରାସ୍ତା ଛୁଇଁଲା….

1 min read

ଭଦ୍ରକ : ରାଜ୍ୟରେ ବନ୍ୟା ଆଶଙ୍କା ନଥିବା କଥା ସରକାର କହିଥିଲେ । ଲଗାଣ ବର୍ଷା ସତ୍ତ୍ୱେ ବନ୍ୟା ନେଇ ସରକାର ପ୍ରସ୍ତୁତ ଥିବା ଓ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇନି ବୋଲି କୁହାଯାଇଥିଲା । ହେଲେ ଏବେ ବୈତରଣୀ ନଦୀ ସୀମା ଲଙ୍ଘିଛି । ଗତ କିଛି ଦିନ ହେବ ବୈତରଣୀ ନଦୀ ଫୁଲୁଥିଲା । ନଦୀ ପାଇଁ ଥିବା ୧୦୦ଫୁଟର ସୁରକ୍ଷା ବନ୍ଧ ଧସିଛି । ଭଦ୍ରକର ବୋତକଠାରେ ନଦୀ ସୁରକ୍ଷା ବନ୍ଧରୁ ମାଟି ଅତଡା ଖସି ଆଖଣ୍ଡଳମଣି-ଯାଜପୁର ମୁଖ୍ୟ ରାସ୍ତାର ୧ଶହ ଫୁଟ ଧସି  ଯାଇଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ବୈତରଣୀ ନଦୀ ଫୁଲିବା ସହ ଜୁଆର କୂଳ ଲଙ୍ଘୁଛି ।

ବନ୍ୟାଜଳ ମୁଖ୍ୟରାସ୍ତାକୁ ଆସିବା ପରେ ସାଧାରଣ ଲୋକେ ଆତଙ୍କିତ ହେଲେଣି । ବର୍ଷା ଆସନ୍ତା ୧୧ ଯାଏଁ ହେବ । ଏଣୁ ନଦୀ ଜଳ ରାସ୍ତା ଛାଡ଼ିବା ଭଳି ମନେ ହେଉନାହିଁ । ଏଭଳି ହେଲେ ଆଗାମୀ ଦିନରେ ସମସ୍ୟା ଆହୁରି ଜଟିଳ ହେବ । ସାଧାରଣ ଜନଜୀବନ ପ୍ରଭାବିତ ହେବା ସହ ଲୋକେ ବନ୍ୟାକୁ ମଧ୍ୟ ସାମ୍ନା କରିପାରନ୍ତି । ବିଗତ ଦିନରେ ନଦୀ ବନ୍ଧର ସୁଦୃଢୀକରଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ନିମ୍ନମାନର କାମ ଯୋଗୁଁ ବାରମ୍ବାର ନଦୀ ବନ୍ଧ ଧସୁଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave a Reply