ବୈଜୟନ୍ତଙ୍କ ଗୋଳମାଳିଆ ଟ୍ୱିଟ୍: ଅଶ୍ଲୀଳ ଭିଡିଓ ମାମଲାକୁ ଜାଣିଶୁଣି ଭୁଲୁଛନ୍ତି ?

1 min read

ଭୁବନେଶ୍ୱର: କେନ୍ଦୁଝରର ଜଣେ ମହିଳା ଜନପ୍ରତିନିଧିଙ୍କ ନାଁରେ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ ଓଟିଭିର ଜଣେ ସାମ୍ବାଦିକଙ୍କ ସଂପର୍କରେ ପୋଲିସ ତଦନ୍ତ କରୁଛି । କିନ୍ତୁ ତଦନ୍ତରେ ସହଯୋଗ କରୁନି ଓଟିଭି । ଏହି ମାମଲାରେ ଗତକାଲି କେନ୍ଦୁଝର ସଦର ପୋଲିସ୍ ଓଟିଭିର ସଂପୃକ୍ତ ସାମ୍ବାଦିକଙ୍କୁ ପଚରାଉଚରା କରିବା ସହ ତାଙ୍କ ମୋବାଇଲ୍ ଜବତ କରିଥିଲା । ଅଧିକ ଯାଞ୍ଚ ପାଇଁ ପୋଲିସ୍ ଓଟିଭି କାର୍ଯ୍ୟାଳୟରେ ପହଞ୍ଚିଥିଲା । ହେଲେ ଓଟିଭି ମ୍ୟାନଜମେଣ୍ଟ ପୋଲିସକୁ ସହଯୋଗ କରୁନାହାଁନ୍ତି । ଫଳରେ ଗତକାଲିଠାରୁ ଓଟିଭି ଅଫିସରେ ପୋଲିସ ଜଗିରହିଛି ।

ପୂର୍ବରୁ ଏହି ମାମଲାରେ ଚ୍ୟାନେଲର ଜଣେ ସାମ୍ବାଦିକଙ୍କୁ ପୋଲିସ୍ ଗିରଫ କରିଥିଲା । କିଛି ମାସ ଜେଲରେ ରହିବା ପରେ ସେ ଏବେ ଜାମିନରେ ଅଛନ୍ତି । ସଂପୃକ୍ତ ଅଭିଯୁକ୍ତଙ୍କୁ ପଚାରାଉଚରା ବେଳେ ଅନ୍ୟଜଣେ ସାମ୍ବାଦିକ ତାଙ୍କୁ ସେହି କଣ୍ଟେଣ୍ଟ ପଠାଇଥିଲେ ବୋଲି ପୋଲିସ୍ ଆଗରେ ସ୍ୱୀକାର କରିଥିଲେ । ଏହାପରେ ସଂପୃକ୍ତ ସାମ୍ବାଦିକଙ୍କୁ ପଚରାଉଚରା କରାଯାଇଥିଲା । ହେଲେ ପ୍ରଶ୍ନ ଉଠୁଛି, ଏହି ଘଟଣାରେ କାହିଁକି ଓଟିଭି ସହଯୋଗ କରୁନି ?  ପୋଲିସ ଅଧିକାରୀଙ୍କୁ କାହିଁକି ତଦନ୍ତ କରିବାକୁ ଦିଆଯାଉନାହିଁ  ?

ତେବେ ପୋଲିସ ମଧ୍ୟ ନଛୋଡବନ୍ଦା । ପୋଲିସ ଗତକାଲିଠାରୁ ଓଟିଭି କାର୍ଯ୍ୟାଳୟରେ ଡେରା ପକାଇ ରହିଛି । ଜନପ୍ରତିନିଧିଙ୍କ ସଂପର୍କରେ ଅଶ୍ଲୀଳ ଭିଡିଓ ଭାଇରାଲ କରିଥିବାରୁ ଓଟିଭି ଅଫିସରେ ପୋଲିସ ପହଞ୍ଚିଥିବା ବେଳେ ସଂସ୍ଥା ପକ୍ଷରୁ ଘଟଣାକୁ ଭିନ୍ନ ଧରଣର ଉପସ୍ଥାପନ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଉଡ଼ାଣ ସଂପର୍କିତ ମିଥ୍ୟା ଖବର ପ୍ରସଙ୍ଗରେ ସଂପୃକ୍ତ ସାମ୍ବାଦିକଙ୍କୁ ପୋଲିସ ଗତକାଲି ଉଠାଇ ନେବା ସହ ତାଙ୍କ ମୋବାଇଲ୍ ଜବତ କରିଛି ବୋଲି ବିଭ୍ରାନ୍ତିକର ଖବର ପରିବେଷଣ କରାଯାଇଛି । ଏପରିକି ସଂସ୍ଥା ସହ ସଂପୃକ୍ତ ଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଭୁଲ ତଥ୍ୟ ନେଇ ଟ୍ୱିଟ୍ କରିଛନ୍ତି । ବରମ୍ବାର ଭୁଲ୍ ତଥ୍ୟ ଆଧାରରେ ଟ୍ୱିଟ୍ କରୁଥିବା ବୈଜୟନ୍ତଙ୍କର ପୁଣି ଏକ ଭୁଲ୍ ଟ୍ୱିଟକୁ ନେଇ ପ୍ରଶ୍ନ ଉଠିଛି ।

Leave a Reply