ବାହାରିନରେ ଓଡ଼ିଆ ସମାଜ ପାଳିଲା ବୋଇତ ବନ୍ଦାଣ ଉତ୍ସବ

ଭୁବନେଶ୍ୱର : ବୋଇତ ବନ୍ଦାଣ ହେଉଛି ଉତ୍କଳୀୟ ପରମ୍ପରାର ଏକ ଅଂଶବିଶେଷ । ଦେଶ ବିଦେଶରେ ଯେଉଁଠି ବି ଓଡ଼ିଆ ରୁହନ୍ତୁ ନା କାହିଁ ବୋଇତ ବନ୍ଧାଣ ଉତ୍ସବକୁ ଜାକଜମକରେ ପାଳନ କରନ୍ତି । ଚଳିତବର୍ଷ କୋରନା କଟକଣା ଯୋଗୁଁ ଫିକା ପଡିଛି ବୋଇତ ବନ୍ଧାଣ ଉତ୍ସବ । ଘରେ ରହି ଉତ୍ସବକୁ ପାଳନ କରିବା ଲାଗି ବିଭିନ୍ନ ଦେଶର ସରକାର ପରାମର୍ଶ ଦେଇଛନ୍ତି । ତେବେ ଘରେ ରହି ଅନେକ ଓଡ଼ିଆ ପାଣି ଟବରେ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି ।

ବାହାରିନରେ ରହୁଥିବା ଓଡ଼ିଆ ମାନେ ଘରେ ରହି ବୋଇତ ବନ୍ଦାଣ ଉତ୍ସବକୁ ପାଳନ କରିଛନ୍ତି । ପରମ୍ପରା ରକ୍ଷା ଲାଗି ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡ଼. ଅରୁଣ କୁମାର ପ୍ରହରାଜ ଓ ତାଙ୍କ ପତ୍ନୀ ସୁଇମମିଙ୍ଗ ପୁଲରେ ଚଳିତବର୍ଷ ବୋଇତ ବନ୍ଧାଣ ଉତ୍ସବ ପାଳନ କରିଛନ୍ତି । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀ, ରଥଯାତ୍ରା, ଗଣେଶ ପୂଜା ସହ ସମସ୍ତ ଓଡ଼ିଆ ପର୍ବ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ପାଳନ କରାଯାଏ । ସମସ୍ତ ଓଡ଼ିଆ ବୋଇତ ବନ୍ଧାଣ ପର୍ବକୁ ଜାକଜକମରେ ପାଳନ କରନ୍ତି ।

Leave a Reply