ନବବର୍ଷରେ ପ୍ରଶଂସକଙ୍କୁ ବାବୁଶାନଙ୍କ ଭେଟି

ଭୁବନେଶ୍ୱର:   ନୂଆବର୍ଷରରେ ପ୍ରଶଂସକଙ୍କୁ ବାବୁଶାନଙ୍କ ଭେଟି । କୌଣସି ସିନେମା ନୁହେଁ ବରଂ ଏକ କ୍ୟାଲେଣ୍ଡର । ଯାହା ସମ୍ପୂର୍ଣ୍ଣ ଭିନ୍ନ । ବିଶ୍ୱବ୍ୟାପୀ ମହାମାରୀ ହେତୁ ସିଗ୍ନେଚର ୨୪ ପ୍ରଡକ୍ସନ ସହିତ ସିଗ୍ନେଚର ୨୦୨୧ କ୍ୟାଲେଣ୍ଡରକୁ ଡିଜିଟାଲ ପ୍ଲାଟଫର୍ମ ଫେସବୁକରେ ଶେୟାର କରାଯାଇଛି । କ୍ୟାଲେଣ୍ଡରରେ ଥିମ୍ ‌ରହିଛି ‘ଦ ଜେନେରେସନ ଅଫ୍‌ଟୁମୋରୋ’ । କ୍ୟାଲେଣ୍ଡରର ଲୁକ୍‌ଯେତିକି ମନଛୁଆଁ ହୋଇଛି ଥିମ୍‌ ମଧ୍ୟ ସେତିକି ନିଆରା । ପରିବେଷଣ ଶୈଳୀ ନିହାତି ଭାବରେ ପ୍ରଶଂସାଯୋଗ୍ୟ । କେବଳ ସେତିକି ନୁହେଁ ଆଗାମୀ ଯୁବପିଢୀକୁ ପ୍ରୋତ୍ସାହିତ କରିବାରେ ସାମିଲ ହୋଇଛନ୍ତି ଉଭୟ ଉତ୍ତମ ମହାନ୍ତି ଏବଂ ଅପରାଜିତା ।


ଆଗାମୀ ଯୁବିପୀଢିକୁ ଯେପରି ଅବହେଳା ନ କରି ଉଚିତ୍‌ଯତ୍ନ ନେବା ସହିତ ସ୍ନେହ ଓ ପ୍ରେମ ଦ୍ୱାରା ସେମାନଙ୍କର ଲାଳନପାଳନ ହୋଇପାରିବ ଏବଂ ସେମାନେ ଚାହୁଁଥିବା ଦିଗରେ ତାଙ୍କୁ ଉଚିତ୍‌ମାର୍ଗ ଦର୍ଶନ କରାଯିବ ତାହାକୁ ନେଇ ଏହି ନିଆରା ପଦକ୍ଷେପ ।

କରୋନା କାଳରେ ସିନେମା ବନ୍ଦ ଥିବାରୁ ନିଜ ପ୍ରଶଂସକଙ୍କୁ ଦୀର୍ଘଦିନ ହେବ କୌଣସି ଉପହାର ଦେଇ ନଥିଲେ ବାବୁଶାନ୍‌। ତେଣୁ ଏହି ଉପହାର ତାଙ୍କ ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିବ ବୋଲି ସେ ଆଶା କରୁଛନ୍ତି । ବାବୁଶାନ୍ ‌ସିଗ୍ନେଚର ଟିମ୍ ‌ସହିତ ତାଙ୍କ ବାପା ଉତ୍ତମ ମହାନ୍ତି ଏବଂ ମା ଅପରାଜିତାଙ୍କ ଉପସ୍ଥିତିରେ କ୍ୟାଲେଣ୍ଡକୁ ଲୋକାର୍ପିତ କରିଛନ୍ତି । କ୍ୟାଲେଣ୍ଡରର ଥିମ୍‌ କୁନି ପିଲାଙ୍କୁ ନେଇ ହୋଇଥିବାରୁ ତାହାକୁ ହୃଦୟର ନିକଟତର କହିଛନ୍ତି ବଲିଉଡର ଏହି ମଲ୍ଟି ଟ୍ୟାଲେଣ୍ଟେଡ ଆକ୍ଟର । କେବଳ ସେତିକି ନୁହେଁ ପ୍ରତ୍ୟେକ ପୃଷ୍ଠାରେ ସମାଜ ପ୍ରତି କିଛି ନା କିଛି ବାର୍ତ୍ତା ରହିଛି । ଯାହା ସବୁଠାରୁ ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି କୁନି ଝିଅଟିଏ କ୍ରିକେଟ ଖେୁଳୁଥିବାର ଦୃଶ୍ୟ ।

ତେବେ ଓଡ଼ିଶାରେ ଏକ ପରିବର୍ତ୍ତନ ଆଣିବା ପାଇଁ ବାବୁଶାନଯେ ଚମତ୍କାର କାର୍ଯ୍ୟ କରୁଛନ୍ତି କହିଲେ ଭୁଲ ହେବ ନାହିଁ ।

Leave a Reply