ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ କହି କୋର୍ଟ କହିଲା, ‘ସେମାନେ ବାବ୍ରି ମସଜିଦ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ’

1 min read

ଲକ୍ଷ୍ନୌ: ଲକ୍ଷ୍ନୌର ସ୍ପେଶାଲ CBI ଅଦାଲତରେ ପ୍ରାୟ ୨୮ ବର୍ଷ ପରେ ବାବ୍ରି ମସଜିଦ ମାମଲାରର ଶୁଣାଣି କରିଛନ୍ତି । ସ୍ପେଶାଲ CBI ବିଚାରପତି ଏସ. କେ ଯାଦବ ରାୟ ଶୁଣାଇ କହିଛନ୍ତି ଯେ, ଘଟଣାଟି ଯୋଜମାବଦ୍ଧ ନଥିଲା । ଯାହା ବି ହୋଇଥିଲା, ଅଚାନକ ହୋଇଥିଲା ।

ଏହା କହି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିଲେ । ଏହା ସହିତ ଏହି ଅଭିଯୁକ୍ତଙ୍କ ସମ୍ପୃକ୍ତି ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରମାଣ ଆଣିପାରି ନାହିଁ । ଏହାସହିତ କୋର୍ଟ ଏହା ମଧ୍ୟ କହିଛି ଯେ, ଏହି ୩୨ ଅଭିଯୁକ୍ତ ବାବ୍ରି ମସଜିଦକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ପଛରୁ ଏକ ଭିଡ଼ ଆସି ସେମାନେ ଢାଞ୍ଚା ଭାଙ୍ଗିଦେଲେ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତ ସେମାନଙ୍କୁ ଉତ୍ତେଜିତ କରିବା ପାଇଁ କୌଣସି ରୂପରେ କାର୍ଯ୍ୟ କରିନାହାଁନ୍ତି ।

କଣ ଥିଲା ପୂରା ମାମଲା-

୧୯୯୨ ମସିହା ଡିସେମ୍ବର ୬ ତାରିଖ ଘଟଣା । ଦିନ ପ୍ରାୟ ୧୨.୧୫ ମିନିଟରେ ଜଣେ ସେବକ ବ୍ୟାରିକେଡ୍ ଭାଙ୍ଗି ବାବ୍ରି ମସଜିଦ୍ ଭିତରକୁ ପ୍ରବେଶ କରିଥିଲା । ଏହାପରେ ଅନେକ ସେବକ ତାଙ୍କ ପଛରେ ମସଜିଦ ପରିସରରେ ପ୍ରବେଶ କରଥିଲେ । ଆଇନଗତ ଭାଷାରେ, ଏହି ମସଜିଦ ପରିଷରକୁ ଏକ ବିବାଦୀୟ ଗଠନ କୁହାଯାଏ । ପ୍ରଥମ ଘଣ୍ଟାରେ ମସଜିଦର ପ୍ରଥମ ଗୋଲକ ଭାଙ୍ଗିଥିଲା ଏବଂ ଧୀରେ ଧୀରେ ସେବକମାନେ ମସଜିଦକୁ ଭାଙ୍ଗି ଦେଇଥାଏ । ସେହି ଦିନ ସନ୍ଧ୍ୟା ପ୍ରାୟ ୫.୧୫ ମିନିଟରେ ବାବ୍ରି ମସଜିଦ ଭାଙ୍ଗିବା ମାମଲାର ପ୍ରଥମ ଏଫଆଇଆର ଷ୍ଟେସନ ରାମ ଜନ୍ମ ଭୂମିରେ ପଞ୍ଜିକୃତ ହୋଇଛି । ପୋଲିସ ଷ୍ଟେସନ ଦାଯିତ୍ୱରେ ଥିଲେ ପ୍ରିୟମ୍ବଦା ନାଥ ଶୁକ୍ଲା । FIR ନମ୍ବର ୧୯୭/୯୨ ରେ  ଅଜ୍ଞାତ ସେବକଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ ହୋଇଥିଲା । ଏହି ଏଫ୍ଆଇଆରେ ଡକାୟତି, ଧର୍ମଶାଳାକୁ କ୍ଷତି ପହଞ୍ଜାଇବା ଏବଂ ଧାର୍ମିକ ସୌହାର୍ଦ୍ଦ୍ୟକୁ ବିଗାଡିବା ଭଳି ଆଠଟି ବିଭାଗରେ ମାମଲା ରୁଜୁ ହୋଇଥିଲା ।

ଏହାର ଠିକ୍ ୧୦ ମିନିଟ ପରେ ତଥା ୫:୨୫ ମିନିଟରେ ସେହି ଥାନାରେ ଗଙ୍ଗା ପ୍ରସାଦ ତିୱାରୀଙ୍କ ଇଞ୍ଜାର୍ଜରେ ଆଠ ଜଣଙ୍କ ବିରୁଦ୍ଧରେ ଆଉ ଏକ ମାମଲା ରୁଜୁ ହେଲା, FIR ସଂଖ୍ୟା ୧୯୮/୯୨ । ଧାର୍ମିକ ଉତ୍ତେଜନା ସୃଷ୍ଟି କରିବା, ଗୁଜବ ପ୍ରଚାର କରିବା, ଜୀବନ ପ୍ରତି କ୍ଷତି ପହଞ୍ଚାଇବା ଏବଂ ଅପରାଧ ଷଡ଼ଯନ୍ତ୍ର ଭଳି ଗମ୍ଭୀର ବିଭାଗରେ ମାମଲା ରୁଜୁ ହୋଇଥିଲା । ଏହି ଏଫଆରରେ ବଡ଼ ବଡ଼ ନାମ ସାମିଲ ଥିଲା । ଏଥିରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, ବିନୟ କଟିୟାର, ଅଶୋକ ସିଙ୍ଘଲ, ଗିରିରାଜ କିଶୋର, ବିଷ୍ଣୁ ହରି ଡାଲମିୟା ଏବଂ ସାଧ୍ୱୀ ରିତାମ୍ଭରାଙ୍କ ନାମ ସାମିଲ ଥିଲା । ଏଥି ମଧ୍ୟରୁ ଅଶୋକ ସିଙ୍ଗଲ, ଗିରିରାଜ କିଶୋର ଏବଂ ବିଷ୍ଣୁ ହରି ଡାଲମିୟାଙ୍କ ମୃତ୍ୟୁ ହୋଇସାରିଛି ।

Leave a Reply