ବାବ୍ରି ରାୟ ଉପରେ ପ୍ରଶ୍ନ ଉଠାଇଲେ ଓୱେସୀ: ଏହା ଅନ୍ୟାୟ, କଣ ଯାଦୁରେ ଭାଙ୍ଗିଲା ମସଜିଦ୍ ?

1 min read
Babri Masjid Demolition Case Asaduddin Owaisi Case Verdict LK Advani Reaction

ନୂଆଦିଲ୍ଲୀ: ବାବ୍ରି ମସଜିଦ୍ ଧ୍ୱଂସ ମାମଲାରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ନିଷ୍ପତ୍ତି ଶୁଣାଇଛନ୍ତି । ବୁଧବାର କୋର୍ଟ ରାୟରେ ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀ ସମେତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି । ଏହାକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ପ୍ରଶ୍ନ ଉଠାଇଛନ୍ତି । ଓୱେସୀ କହିଛନ୍ତି- ସୁପ୍ରିମକୋର୍ଟ ମଧ୍ୟ ମାନିଛନ୍ତି ସେଠାରେ ଢାଞ୍ଚାକୁ ଭାଙ୍ଗି ଦିଆଯାଇଛି । କିନ୍ତୁ ଆଜିର ନିଷ୍ପତ୍ତି କଳା ଦିନ ଭଳି ମନେ ରହିବ ।

ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ କହିଛନ୍ତି- କଣ କୌଣସି ଯାଦୁରେ ମୂର୍ତ୍ତି ରଖାଯାଇଥିଲା । କଣ ଯାଦୁରେ ତାଲା ଖୋଲିଥିଲା, କଣ ପୁଣି ଯାଦୁରେ ହିଁ ମସଜିଦ୍ ଭାଙ୍ଗିଯାଇଥିଲା ବୋଲି ଓୱେସୀ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି କୋର୍ଟଙ୍କ ରାୟ ଦେଶ ପାଇଁ କଳା ଦିନ ଅଟେ । ଯେଉଁଠିକୁ ଏଲକେ ଆଡଭାନୀଙ୍କ ରଥଯାତ୍ରା ଯାଇଥିଲା ସେଠାରେ ରକ୍ତ ବୋହିଥିଲା । ଯଦି ଏତେ ମାସ ଆଗରୁ ପ୍ରସ୍ତୁତି ହୋଇଥିଲା ତ ପୁଣି ସବୁକିଛି ଅଚାନକ କେମିତି ହେଲା ?

AIMIM ସାଂସଦ ଓୱେସୀ କହିଛନ୍ତି ଯେତେବେଳେ ବାବ୍ରି ମସଜିଦ୍ ଭଙ୍ଗାଗଲା ତ ଲୋକ ମିଠା ବାଣ୍ଟୁଥିଲେ, ଖୁସି ମନାଉଥିଲେ । ଓୱେସୀ ଅଭିଯୋଗ କରିଛନ୍ତି ଉମା ଭାରତୀ ନାରା ଦେଇଥିଲେ ‘ଆଉ ଏକ ଧକ୍କା ଦିଅ, ବାବ୍ରି ମସଜିଦ୍ ଭାଙ୍ଗି ଦିଅ’ ।

ପୂରା ମାମଲାରେ ମୁସଲମାନମାନଙ୍କୁ ନ୍ୟାୟ ମିଳିନାହିଁ ବୋଲି ଓୱେସି କହିଛନ୍ତି । ସିବିଆଇ ଚାର୍ଜସିଟରେ କୁହାଯାଇଛି କଲ୍ୟାଣ ସିଂହ ରୋକିବାକୁ କହିଥିଲେ, ଭାଙ୍ଗିବାକୁ ନୁହେଁ । ଓୱେସୀ ଅଭିଯୋଗ କରିଛନ୍ତି- ଡିସେମ୍ବର ୫ ତାରିଖ ରାତିରେ ବିନୟ କଟିୟାର ଘରେ ବୈଠକ ହୋଇଥିଲା । ଯେଉଁଥିରେ ଲାଲକୃଷ୍ଣ ଆଡଭାନୀ ମଧ୍ୟ ସାମିଲ୍ ଥିଲେ ।

ସେତେବେଳେ ମୋତେ ଲାଗିଥିଲା ମୁଁ ମସଜିଦକୁ ରକ୍ଷା କରିପାରିବିନି ଏବେ ଏମିତି ନିଷ୍ପତ୍ତି ଆସିଛି । ବିଜେପି ସରକାରଙ୍କ ପକ୍ଷରୁ ଲାଲକୃଷ୍ଣ ଆଡଭାନୀଙ୍କୁ ସମ୍ମାନିତ କରାଯାଇଥିଲା । ସେତେବେଳେ ଜଣାପଡ଼ିଥିଲା ରାୟ କଣ ଆସିବ ।

ଓୱେସୀ ଅଭିଯୋଗ କରିଛନ୍ତି- ଅଦାଲତ ବାହାରେ ଛିଡ଼ା ହୋଇ ଜଣେ ଅଭିଯୁକ୍ତ ଧ୍ୱଂସ କରିଥିବା କଥାକୁ ମାନୁଥିବା ବେଳେ ଅଦାଲତ ଦୋଷମୁକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ- ଗତବର୍ଷ ରାମଜନ୍ମ ଭୂମିକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଥିଲେ । ସେତେବେଳେ ରାୟକୁ ବିରୋଧ କରିଥିଲେ ଓୱେସୀ ।

Leave a Reply