ବହୁ ଚର୍ଚ୍ଚିତ ବାବ୍ରି ମାମଲାର ରାୟ: ଲାଲ କୃଷ୍ଣ ଆଡଭାନୀ ଓ ମନୋହର ଯୋଶୀଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ

1 min read

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାବ୍ରି ମଜସିଦ ଧ୍ୱଂସର ମାମଲାର ଆସିଲା ରାୟ । ଦୀର୍ଘ ୨୮ ବର୍ଷ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି ସିବିଆଇ କୋର୍ଟ । ବାବ୍ରି ମସଜିଦ ଧ୍ୱଂସ ମାମଲାରେ ଥିବା ସମସ୍ତ ୩୨ ଜଣ ଅଭିଯୁକ୍ତ ନିର୍ଦ୍ଦୋଷ ବୋଲି ରାୟ ଶୁଣାଇଛନ୍ତି ଜଜ୍ ଏସ. କେ. ଯାଦବ । ଆଡଭାନୀ, ଯୋଶୀ ଉମା ଭାରତୀ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ । ଘଟଣା ଯୋଜନାବଦ୍ଧ ନଥିବା କହିଛନ୍ତି ଜଜ୍ ।

ଶେଷରେ ୨୮ ବର୍ଷ ତଳର ବହୁଚର୍ଚ୍ଚିତ ବାବ୍ରି ମସଜିଦ ପତନର ରାୟ ଆସିଛି । ଅଢେଇ ହଜାର ଫର୍ଦ୍ଦର ଚାର୍ଜସିଟ୍, ୩୫୧ ଜଣ ସାକ୍ଷୀ ଆଉ ୧୭ ବର୍ଷର ଯାଞ୍ଚରେ ୪୯ ଅଭିଯୁକ୍ତ ଥିଲେ । ଏହା ଭିତରେ ୧୭ ଜଣଙ୍କର ପରଲୋକ ହୋଇସାରିଛି । ଲକ୍ଷ୍ନୌ ସିବିଆଇ ସ୍ୱତନ୍ତ୍ର ଅଦାଲତ ବହୁ ପ୍ରତୀକ୍ଷିତ ରାୟ ଶୁଣାଇଛନ୍ତି । ରାୟ ଉପରେ ସାରା ଦେଶର ନଜର ରହିଥିଲା । କାରଣ ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଉମା ଭାରତୀ, କଲ୍ୟାଣ ସିଂହ, ମୁରଲି ମନହୋର ଯୋଶୀଙ୍କ ସମେତ ଆଉ ୩୨ ଜଣ ଅଭିଯୁକ୍ତ ଜୀବିତ ଥିଲେ ।

କୋର୍ଟରେ ଶୁଣାଣି ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ରାୟ ପୂର୍ବରୁ କେବଳ ୨୬ ଜଣ ଉପସ୍ଥିତ ଅଛନ୍ତି । ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୂରଲି ମନୋହର ଯୋଶୀ, ଉମା ଭାରତୀ, ରାମ ଚନ୍ଦ୍ର କ୍ଷତ୍ରୀ, ସୁଧୀର କକ୍କଡଙ୍କ ପ୍ରମୁଖ ୫ ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ରହିନଥିଲେ । ବିଭିନ୍ନ କାରଣରୁ ସେମାନେ କୋର୍ଟରେ ଉପସ୍ଥିତ ରହିବେ ନାହିଁ ବୋଲି ଓକିଲଙ୍କ ଜରିଆରେ ପ୍ରାର୍ଥନା ପତ୍ର ଦେଇଥିଲେ ।

 

ବାବ୍ରି ମସଜିଦ୍ ଢାଞ୍ଚା ଭାଙ୍ଗିବା ପଛରେ କୌଣସି ଷଡ଼ଯନ୍ତ୍ର ନଥିଲା ବୋଲି ଶୁଣାଣି ହୋଇଛି । ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ୫ ବର୍ଷ ଜେଲ୍ ହୋଇଥାନ୍ତା । ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ବାବ୍ରି ମସଜିଦ୍ ବିବାଦୀୟ ଢାଞ୍ଚାକୁ ଭଙ୍ଗା ଯାଇଥିଲା । ଅଭିଯୋଗ ହୋଇଥିଲା ଘଟଣାସ୍ଥଳରେ ଉପସ୍ଥିତ ଥିବା ନେତାଏ ଉସୁକାଇବା ଫଳରେ ଏହାକୁ ଭଙ୍ଗାଯାଇଥିଲା । ସାକ୍ଷୀଙ୍କ ପ୍ରମାଣ ଓ ଦସ୍ତାବିଜ୍ ଆଧାରରେ ମାମଲାର ଶୁଣାଣି କରିଛନ୍ତି କୋର୍ଟ । ଏହି ହାଇପ୍ରୋଫାଇଲ ମାମଲାରେ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଅଯୋଧ୍ୟା ଓ ଲକ୍ଷ୍ନୌରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପ୍ରାୟ ୨୦୦୦ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ଉତ୍ତର ପ୍ରଦେଶର ୨୫ଟି ଜିଲ୍ଲାରେ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି ।

Leave a Reply