ବାବ୍ରି ମସଜିଦ୍ ଭଙ୍ଗା ମାମଲାରେ ରାୟ ଶୁଣାଇବେ ସିବିଆଇ ସ୍ପେଶାଲ କୋର୍ଟ…

ଉତ୍ତରପ୍ରଦେଶ: ବହୁ ପ୍ରତିକ୍ଷୀତ ବାବ୍ରି ମସଜିଦ ଭଙ୍ଗା ମାମଲାର ଶୁଣାଣି ବୁଧବାର ଦିନ ହେବ । ଏକ ସ୍ୱତନ୍ତ୍ର କୋର୍ଟ ଏହାର ଶୁଣାଣି କରିବେ । ଏହି ମାମଲାରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନହୋର ଜୋଶୀ, ଉମା ଭାରତୀ ଓ କଲ୍ୟାଣ ସିଂ ଜଡିତ ଅଛନ୍ତି । ସିବିଆଇ ଜର୍ଜ ଏସକେ ଯାଦବ ଏହି ମାମଲାରେ ବିଜେପିର ଏହି ନେତାମାନଙ୍କୁ ସେପ୍ଟେମ୍ୱର ୧୬ ତାରିଖରେ କୋର୍ଟରେ ହାଜିର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଆସନ୍ତାକାଲି ଏହି ମାମଲାରେ ଶୁଣାଣି ହେବା ରହିଛି । ଉଲ୍ଲେଖଯୋଗ୍ୟ କୋର୍ଟର ନିର୍ଦ୍ଦେଶ ପରେ ମଧ୍ୟ ଉମା ଭାରତୀ କୋର୍ଟରେ ଉପସ୍ଥିତ ହୋଇ ପାରିନଥିଲେ । ସେ କୋଭିଡ୍ ସଂକ୍ରମଣର ଶୀକାର ହୋଇ ଚିକିତ୍ସାଧୀନ ଥିଲେ ।

ସେହିଭଳି କଲ୍ୟାଣ ସିଂ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ଭାବେ ନିଜ କାର୍ଯ୍ୟକାଳ ଶେଷ କରିଛନ୍ତି । ସେ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଅଟନ୍ତି । ଅନ୍ୟପକ୍ଷରେ ଅନ୍ୟ ଏକ ଅଭିଯୁକ୍ତ ଚମ୍ପତ ରାୟ ଏବେ ରାମ ମନ୍ଦିର ନିର୍ମାଣ ଚ୍ରଷ୍ଟର ସାଧାରଣ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି ।

Leave a Reply