ବାବାସାହେବ ଭୀମରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

1 min read

ଭୁବନେଶ୍ୱର: ଆଜି ସମ୍ବିଧାନର ପ୍ରଣେତା ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୪ତମ ଶ୍ରାଦ୍ଧବାର୍ଷିକୀ। ଯିଏକି ବାବାସାହେବ ନାମରେ ମଧ୍ୟ ପରିଚିତ ଥିଲେ । ସେ ଏକାଧାରରେ ଜଣେ ଭାରତୀୟ ନୀତି ପ୍ରଣେତା, ରାଜନୀତିକ ନେତା, ଦାର୍ଶନିକ, ଐତିହାସିକ, ବାଗ୍ମୀ, ଅର୍ଥନୀତିଜ୍ଞ ଓ ସମ୍ପାଦକ ଥିଲେ ।

ସେ ମଧ୍ୟପ୍ରଦେଶର ଏକ ଗାଁରେ ୧୪ ଏପ୍ରିଲ ୧୮୯୧ ମସିହାରେ ଜନ୍ମଗ୍ରହଣ କରିଥିଲା ବେଳେ ୬ ଡିସେମ୍ବର ୧୯୫୬ ମସିହାରେ ମୃତ୍ୟୁବରଣ କରିଥିଲେ। ବାବସାହେବ ଜଣେ ମହାନ ବିଦ୍ୱାନ ଏବଂ ଦଳିତଙ୍କ ଶୁଭଚିନ୍ତକ ଭାବେ ବିବେଚିତ ହୋଇଥାନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ଜେପି ନଡ୍ଡା ପ୍ରମୁଖ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ତେବେ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଏଜି ଛକରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଓଡିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର,ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତିରେ ଆନ୍ଦେବକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅନ୍ୟପକ୍ଷରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ୍ଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Leave a Reply