କରୋନିଲ ନେଇ ରାମଦେବଙ୍କ ସ୍ପଷ୍ଟୀକରଣ, କହିଲେ ଆତଙ୍କବାଦୀଙ୍କ ଭଳି ଆମ ବିରୋଧରେ FIR କରାଯାଇଛି

ନୂଆଦିଲ୍ଲୀ: ପତଞ୍ଜଳି ଦ୍ୱାରା ତିଆରି କରୋନା ଔଷଧ ‘କରୋନିଲ୍’ କୁ ନେଇ ବିବାଦ ପରେ ଯୋଗ ଗୁରୁ ବାବା ରାମଦେବ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସମ୍ମିଳନୀରେ ବାବା ରାମଦେବ କହିଛନ୍ତି, “ଆମେ ଔଷଧ ଉପରେ ଭଲ ଭାବରେ ଅନୁସନ୍ଧାନ କରିଛୁ କିନ୍ତୁ ଲୋକମାନେ ଆମକୁ ଦୁର୍ବ୍ୟବହାର କରୁଛନ୍ତି । ଆପଣ ଆମକୁ ଦୁର୍ବ୍ୟବହାର କରନ୍ତୁ କିନ୍ତୁ ଅନ୍ତତଃ ତାଙ୍କ ଉପରେ ସହାନୁଭୂତି ଦେଖାନ୍ତୁ ଯେଉଁମାନେ କରୋନା ଭାଇରସରେ ପୀଡିତ ଅଛନ୍ତି ଏବଂ ଯେଉଁ ଲକ୍ଷ ଲକ୍ଷ କୋଟି ପୀଡିତ ଲୋକଙ୍କୁ ପତଞ୍ଜଳି ଚିକିତ୍ସା କରିଛି” । ରାମଦେବ କହିଛନ୍ତି, ‘ଏମିତି ଲାଗୁଛି ଭାରତ ଭିତରେ ଯୋଗ ଆୟୁର୍ବେଦର କାମ କରିବା ଏକ ଅପରାଧ । ଶହ ଶହ ସ୍ଥାନରେ ଔଷଧ ବିରୋଧରେ ମାମଲା ରୁଜୁ କରାଯାଇଛି ଯେମିତି ଦେଶଦ୍ରୋହୀ ତଥା ଆତଙ୍କବାଦୀଙ୍କ ବିରୋଧରେ ରୁଜୁ କରାଯାଏ ।
ଲାଇସେନ୍ସ ଉପରେ ରାମଦେବ ସ୍ପଷ୍ଟିକରଣ ରାମଦେବ କହିଛନ୍ତି, ଆୟୁର୍ବେଦ ଔଷଧ ଉତ୍ପାଦନ ପାଇଁ ୟୁନାନି ଏବଂ ଆୟୁର୍ବେଦ ବିଭାଗରୁ ସେ ଲାଇସେନ୍ସ ହାସଲ କରିଛନ୍ତି । ଏହା ଆୟୁଷ ମନ୍ତ୍ରଣାଳୟ ସହ ଜଡିତ । ଆୟୁର୍ବେଦରେ ସମସ୍ତ ଔଷଧ ସେମାନଙ୍କର ଗୁଣ ଆଧାରରେ ପଞ୍ଜିକୃତ ହୋଇଥାଏ । ଯେ କୌଣସି ଔଷଧ ଗବେଷଣା,  ଏହାର କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲ, ଏହାର ପ୍ରୋଟୋକଲ୍ ଆୟୁର୍ବେଦ ସ୍ଥିର କରିନଥାଏ | ତେଣୁ, ଏହି ଔଷଧର ଆୟୁର୍ବେଦିକ ଲାଇସେନ୍ସ ସମସ୍ତ ପ୍ରାକୃତିକ ଗୁଣ ଆଧାରରେ ନିଆଯାଇଛି ।

Leave a Reply