ବଡ଼ଦେଉଳରେ ଚଳାଇଥିଲେ ଆଶ୍ରମ… ଅନ୍ଧବିଶ୍ୱାସ ଆଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

1 min read

ଗଜପତି: ପୁଣି ବନ୍ଧା ହେଲେ ଆଉ ଜଣେ ଭଣ୍ଡ ବାବା । ଏଭଳି ନିନ୍ଦନୀୟ ଘଟଣା ପୂର୍ବରୁ ମଧ୍ୟ ଶୁଣିବାକୁ ମିଳିଥିଲା । ଆୟୁର୍ବେଦ ଚିକିତ୍ସା ଓ ହୋମିୟପାତି ଔଷଧ ପ୍ରଦାନ ନାଁରେ ଏଭଳି ଦୁର୍ନୀତି କିଛି ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଗଜପତିରେ ଜଣେ ବାବା ମଧ୍ୟ ଏଭଳି ଏକ କାଣ୍ଡ କରି ଗିରଫ ହୋଇଛି । ଭଣ୍ଡବାବା ଶୌରା ରାଉଳ ନାଁରେ ପରିଚିତ । ଭଣ୍ଡବାବା ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ଗର୍ଭବତୀ ହେବା ନେଇ ଥାନାରେ ମାମଲା ରୁଜୁ କରାଯାଇଥିଲା । ଥାନାରେ ଏତଲା ପରେ ଭଣ୍ଡବାବାର ଗୁମର ଖୋଲିଛି । ଏବେ ଆତ୍ମଘୋଷିତ ବାବା ଶୌରା ରାଉଳ ଗିରଫ ହୋଇଛି ।

ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ବଡ଼ ଦେଉଳା ଠାରେ ଦୀର୍ଘ ବର୍ଷ ଧରି ମନ୍ଦିର ଓ ଆଶ୍ରମ ନିର୍ମାଣ କରି ପରିବାର ସହ ରହିଆସୁଥିଲା ଶୌରା । ମନ୍ଦିରରେ ପୂଜାନୀତି ଏବଂ ଆୟୁର୍ବେଦ ଚିକିତ୍ସା ଓ ଔଷଧ ପ୍ରଦାନ ନାଁରେ ଭକ୍ତଙ୍କ ଆକର୍ଷଣ ପାଲଟିଥିଲା । ଗତ ବର୍ଷ ଜୁନ୍ ମାସରେ ଏକ ଦମ୍ପତି ଗୁଣି ଗାରେଡି ହୋଇଥିବା ସନ୍ଦେହରେ ବାବାଙ୍କ ସହାୟତା ପାଇଁ ଆସିଥିଲେ ।

https://www.youtube.com/watch?v=7roS0zowefU&feature=youtu.be

ଏହାର ଫାଇଦା ଉଠାଇ ବାବା ସେମାନଙ୍କୁ ପୃଥକ ରହିବାକୁ କହିଥିଲା ।  ଅନ୍ଧବିଶ୍ୱାସର ଆଳରେ ମହିଳାଙ୍କୁ ସମୟ ସମୟରେ ଦୁଷ୍କର୍ମ କରିଥଲା । କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା ଭଣ୍ଡ ବାବା । ପରେ ସ୍ୱାମୀଙ୍କ ସହାୟତା ନେଇ ଥାନାରେ ଏତଲା ଦେଇଛନ୍ତି ମହିଳା । ମହିଲାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ଏହା ସହିତ ସମ୍ପୃକ୍ତ ଭଣ୍ଡବାବାକୁ ଗିରଫ କରାଯାଇଛି ।

 

(ପ୍ରତିନିଧି ସରୋଜ ବିରା)

Leave a Reply