ରାମଦେବଙ୍କ କରୋନା ଔଷଧର ପ୍ରଚାର ପ୍ରସାର ପାଇଁ ମନା କଲା ଆୟୁଷ ମନ୍ତ୍ରାଳୟ, ହେଲେ କାହିଁକି ?

1 min read
Ayush ministry seeks information from patanjali on coronavirus claimed medicine coronil baba ramdev

ପତଞ୍ଜଳିକୁ ଲାଗିଲା ଝଟ୍‌କା । କରୋନା ଔଷଧର କରିପାରିବେନି ପ୍ରଚାର ପ୍ରସାର । ଅନୁମତି ନ ପାଇବା ପର୍ଯ୍ୟନ୍ତ କରୋନା ଔଷଧ ନାଁରେ ବିକ୍ରି କରିପାରିବେ ନାହିଁ ଏହି ଔଷଧ । ପତଞ୍ଜଳି ପକ୍ଷରୁ ବାବା ରାମ ଦେବ ଓ କମ୍ପାନୀର ସିଇଓ କରୋନା ଭାଇରସ୍‌ର ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ମଧ୍ୟ ପ୍ରସାରଣ ହୋଇଛି । ତେବେ ପତଞ୍ଜଳି ପକ୍ଷରୁ କରୋନା ଔଷଧର ପ୍ରଚାର ପ୍ରସାର କରାଯାଉଥିବା ବେଳେ କମ୍ପାନୀକୁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଝଟକା ଲାଗିଛି ।

ଆୟୁଷ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଥମେ ଔଷଧର ତଥ୍ୟ ପ୍ରଦାନ କର । ଏହାକୁ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞମାନେ ପରୀକ୍ଷା କରିବେ ଏହା ପରେ ଯାଇ ନିଷ୍ପତ୍ତି ନେବେ । ଏନେଇ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଯଥା ଶୀଘ୍ର କରୋନିଲ ଔଷଧର ତଥ୍ୟ ପ୍ରଦାନ କରିବାକୁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପତଞ୍ଜଳିକୁ କୁହାଯାଇଛି ।

ସୂଚନା ଯୋଗ୍ୟ, ମଙ୍ଗଳବାର ପତ୍ତଞ୍ଜଳି ପକ୍ଷରୁ ବାବା ରାମ ଦେବ ଓ କମ୍ପାନୀର ସିଇଓ କରୋନା ଭାଇରସ୍‌ର ଔଷଧ ପ୍ରସ୍ତୁତ କରିଥିବା ନେଇ ଦାବି କରିଛନ୍ତି । ଏବଂ ଏହାସହ ସେ କହିଛନ୍ତି ଯେ, ଏହି ଔଷଧ ସେବନ ଦ୍ୱାରା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବ ନାହିଁ । ଖାଲି ସେତିକି ନୁହେଁ ଏହି ଔଷଧକୁ କିପରି ସେବନ କରାଯିବ ସେନେଇ ମଧ୍ୟ ବାବା ରାମଦେବ ଏକ ପ୍ରେସ୍‌ ବିବୃତ୍ତିରେ ବଖାଣିଥିଲେ ।

ପତଞ୍ଜଳି ଲଂଚ୍ କଲା କୋରୋନିଲ,ବାବା ରାମଦେବଙ୍କ ଦାବି କରୋନା ଉପରେ ଶହେ ପ୍ରତିଶତ ପ୍ରଭାବୀ

Leave a Reply