ଦେଶରେ ହାଇଆଲର୍ଟ, ସେନା ଛାଉଣୀରେ ଉତ୍ତରପ୍ରଦେଶ

1 min read

ନୂଆଦିଲ୍ଲୀ: ଆସନ୍ତାକାଲି ଆସିବ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ । ସୁପ୍ରମିକୋର୍ଟ ଆସନ୍ତାକାଲି ଦିନ ୧୦ଟା ୩୦ରେ ଅଯୋଧ୍ୟା ଜମି ବିବାଦ ମାମଲାରେ ରାୟ ଶୁଣାଇବେ । ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅନ୍ୟ ୪ ଜଣ ବିଚାରପତିଙ୍କ ପରାମର୍ଶ କ୍ରମେ ଆସନ୍ତାକାଲି ରାୟ ପ୍ରକାଶକୁ ନେଇ ସମୟ ଧାର୍ଯ୍ୟ କରିଛନ୍ତି ।SC on Ayodhyaଯାହାକୁ ନେଇ ପୂରା ଉତ୍ତରପ୍ରଦେଶ ସହ ଦେଶରେ ହାଇଆଲର୍ଟ । ଅଘଟଣ ଏଡ଼ାଇବାକୁ ବଢ଼ାଯାଇଛି ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା କର୍ମୀ ଓ ଅର୍ଦ୍ଧସାମରିକ ବଳ ଛାଉଣୀରେ ପୂରା ଉତ୍ତରପ୍ରଦେଶ । ନଭେମ୍ବର ୯ ତାରିଖରୁ ୧୧ ତାରିଖ ଯାଏ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏଥିସହ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଓ ଟ୍ରେନିଂ ସେଣ୍ଟରକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ଗୁରୁବାର ସନ୍ଧ୍ୟାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ତିନି ଘଣ୍ଟା ଧରି ବୈଠକ କରିଥିଲେ । ଅଯୋଧ୍ୟା ଓ ଲକ୍ଷ୍ନୌରେ ୨ଟି ହେଲିକପ୍ଟର ସଜାଗ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶାନ୍ତି ବଜାୟ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।

High Alert in UPତେବେ ଲଗାତର ୪୦ ଦିନର ଶୁଣାଣି ପରେ ଅକ୍ଟୋବର ୧୬ରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଯଦିଓ ରାୟ ପ୍ରକାଶ ନେଇ କୌଣସି ଦିନ ଧାର୍ଯ୍ୟ ହୋଇନଥିଲା, କିନ୍ତୁ ନଭେମ୍ବର ୧୭ରେ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ସରୁଥିବାରୁ ତା ପୂର୍ବରୁ କୌଣସି ବି ମୁହୂର୍ତ୍ତରେ ରାୟ ପ୍ରକାଶ ପାଇବା ନେଇ ଚର୍ଚ୍ଚା ଲାଗି ରହିଥିଲା । ତେବେ ୨ ଦଶମିକ ୭୭ ଏକର ଜମିକୁ ନେଇ ଅଶୀ ଦଶକରୁ ହିନ୍ଦୁ ମୁସଲିମଙ୍କ ଭିତରେ ଲାଗି ରହିଛି ବିବାଦ । ୧୯୯୨ରେ ଦକ୍ଷିଣପନ୍ଥୀ କର୍ମୀମାନେ ରାମ ଜନ୍ମଭୂମିରେ ଥିବା ୧୬ଶହ ଶତାବ୍ଦୀର ବ୍ରାବୀ ମସଜିଦକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ଜମିକୁ ୩ଟି ପକ୍ଷ ଭିତରେ ସମାନ ଭାଗରେ ବାଣ୍ଟି ଦେଇଥିଲେ । ଏଥିରେ ଅସନ୍ତୁଷ୍ଟ ହୋଇ ତିନି ପକ୍ଷ ନିର୍ମୋହୀ ଆଖଡ଼ା, ରାମ ଲାଲା, ସୁନି ୱାକଫ୍ ବୋର୍ଡ ସୁପ୍ରମକୋର୍ଟ ଯାଇଥିଲେ । ସେବେଠାରୁ ମାମଲା ଗଡ଼ି ଚାଲିଛି । ')}

Leave a Reply