ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଆଜି ପଡିବ ଶୁଭ… ଦିନ ୧୨ଟା ୪୪ ମିନିଟରେ ପ୍ରଧାନମନ୍ତ୍ରୀ କରିବେ ଅନୁକୂଳ

ନୂଆଦିଲ୍ଲୀ: ଆଜି ପୁଣିଥରେ ଇତିହାସ ଲେଖିବ ଅଯୋଧ୍ୟା ।  ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ହେବ ଭୂମି ପୂଜନ ।  ଏଥିପାଇଁ ପୂରା ପ୍ରସ୍ତୁତ ଅଯୋଧ୍ୟା ନଗରୀ । ଆଜି ଦେଶ ତଥା ବିଦେଶରେ ଉତ୍ସବର ମାହୋଲ ରହିଛି । ଦେଶ ମଙ୍ଗଳବାର ସନ୍ଧ୍ୟା ଠାରୁ ରାଜ୍ୟ ଉଜ୍ଜ୍ୱଳ ହୋଇଥିଲା, ଏହା ଆସନ୍ତାକାଲି ରାତି ପର୍ଯ୍ୟନ୍ତ ରହିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜାରେ ସାମିଲ ହେବେ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୧୨ଟା ସୁଦ୍ଧା ଭୂମିପୂଜନ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମନ୍ଦିର ନିର୍ମାଣର ପ୍ରଥମ ଇଟା ରଖିବେ।

ହନୁମାନ ପୂଜା ପରେ ୧୨ଟା ୪୪ରେ ମୋଦି ମନ୍ଦିର ନିର୍ମାଣର ଶୁଭ ରଖିବେ । ଏଥିପାଇଁ ସାରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସୀମା ସିଲ କରାଯାଇଛି । ଅଯୋଧ୍ୟାରେ ଦୀପୋତ୍ସବ ପାଳନ କରାଯାଉଛି। ଅଯୋଧ୍ୟା ଧାମରେ ​​୩୫,୧୦୦୦ ଦୀପ ଜଳା ଯାଇଛି। ଏହି ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି। ରାମନଗରୀରେ ବାହାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ। ବିନା କାର୍ଡରେ ମଧ୍ୟ ସହରକୁ ଯିବାକୁ ଅନୁମତି ମିଳୁନାହିଁ । ସୋମବାର ଠାରୁ ରାମନଗରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ରାମନଗରୀର ପ୍ରମୁଖ ମନ୍ଦିର ସମେତ କାର୍ଯ୍ୟସ୍ଥଳୀକୁ ମଧ୍ୟ କଡା ତଦାରଖରେ ରଖାଯାଇଛି। ଗଣେଶ ପୂଜା, ରାମାର୍ଚ୍ଚନା ପୂଜା, ହନୁମାନ ପୂଜା ସହ ସରଜୁ ଘାଟରେ ଆଳତୀ କରି ପୂଜା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ସେପଟେ ଦୁଇଦିନ ହେଲା ଅଯୋଧ୍ୟାକୁ ଅତିଥି ଆସିବାରେ ଲାଗିଛନ୍ତି । ଗତକାଲି ସଂଧ୍ୟାରୁ ବାହାର ଲୋକଙ୍କୁ ପ୍ରବେଶ ପାଇଁ ବାରଣ ରହିଛି  । ଆଜି ବଜାର ଘାଟ ଖୋଲା ରହିବ  । କିନ୍ତୁ ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି ବୋଲି ନିର୍ଦ୍ଦେଶ ରହିଛି  । ଏହାମଧ୍ୟରେ ରାମ ମନ୍ଦିର ପ୍ରସ୍ତାବିତ ମଡେଲ ସାମ୍ନାକୁ ଆସିଛି  । ଯାହା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି  ।

Leave a Reply