ଆଜି ଅଯୋଧ୍ୟା ଉପରେ ଆସିବ ସୁପ୍ରିମକୋର୍ଟଙ୍କ ରାୟ: ଶାନ୍ତି ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍

1 min read

ଆଜି ଅଯୋଧ୍ୟା ଉପରେ ଆସିବ ସୁପ୍ରିମକୋର୍ଟଙ୍କ ରାୟ । ଉତ୍ତରପ୍ରଦେଶ ସମେତ ସାରା ଦେଶରେ ହାଇଆଲର୍ଟ । ୟୁପିରେ ଜାରି କରାଯାଇଛି ୧୪୪ ଧାରା । ମଧ୍ୟପ୍ରଦେଶ ଓ ଜମ୍ମୁ କଶ୍ମୀରରେ ନିଷେଧାଦେଶ ଜାରି କରିଦିଆଯାଇଛି । ଏହାସହ ଦେଶର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ପୋଲିସ ଛାଉଣିରେ ପରିବର୍ତ୍ତନ ହୋଇଛି ଅଯୋଧ୍ୟା । ଆଲିଗଡ଼ରେ ମୋବାଇଲ ଇଣ୍ଟରନେଟ ସେବା ଉପରେ ୨୪ ଘଣ୍ଟିଆ କଟକଣା ଲାଗିଛି । ଆଜି ଦିନ ପ୍ରାୟ ୧୦ ଟା ୩୦ରେ ସୁପ୍ରିମକୋର୍ଟ ଅଯୋଧ୍ୟାକୁ ନେଇ ଐତିହାସିକ ରାୟ ଶୁଣାଇପାରନ୍ତି ।

ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିବେ । ଏହି ଖଣ୍ଡପୀଠ ୪୦ ଦିନଯାଏଁ ହିନ୍ଦୁ ଓ ମୁସଲିମ ପକ୍ଷଙ୍କ ଦଲିଲ ଶୁଣିବା ପରେ ଅକ୍ଟୋବର ୧୬ରେ ରାୟକୁ ସଂରକ୍ଷିତ ରଖିଥିଲେ । ରାୟ ଆସିବା ପୂର୍ବରୁ ଅଯୋଧ୍ୟାକୁ ୪ଟି ଜୋନରେ ଭାଗ କରାଯାଇଛି । ରେଡ, ୟେଲୋ, ଗ୍ରୀନ ଓ ବ୍ଲୁ ଭାଗରେ ଭାଗ ହୋଇଛି ଅଯୋଧ୍ୟା । ଏଥିରେ ୪୮ ସେକ୍ଟର ରହିଛି । ସୁରକ୍ଷାକୁ ଏଭଳି କରାଯାଇଛି , ଯେଭଳି ଗୋଟିଏ ଆଦେଶରେ ପୂରା ଅଧୋଧ୍ୟାକୁ ସିଲ କରିପାରିବ ପୋଲିସ । ରାୟ ପୂର୍ବରୁ ଆହୁରି ୧୦୦ କମ୍ପାନୀ ପୋଲିସ ଅଯୋଧ୍ୟାରେ ପହଞ୍ଚିବେ । ପୂର୍ବରୁ ଦିପାବଳୀରେ ମୁତୟନ ଥିବା ୪୭ କମ୍ପାନୀ ଏବେ ବି ଅଯୋଧ୍ୟାରେ ମୁତୟନ ଅଛନ୍ତି । ସେହିପରି ଅଧୋଧ୍ୟାର ୧୬ ଶହ ସ୍ଥାନରେ ୧୬ ହଜାର ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯାଇଛି ।

ଅନ୍ୟ ପଟେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଯୋଧ୍ୟା ରାୟ ପୂର୍ବରୁ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଶାନ୍ତି ଓ ସଦଭାବନା ବଜାୟ ରଖିବା ପାଇଁ ଟ୍ୱିଟ ଯୋଗେ ଅପିଲ୍ କରିଛନ୍ତି ।

')}

Leave a Reply