ଆପଣଙ୍କ ସାମ୍ପୁରେ ରହିଛି ଏହି ୫ଟି କ୍ଷତିକାରକ କେମିକାଲ, ନଷ୍ଟ ହୋଇପାରେ ଆପଣଙ୍କ କେଶ

1 min read
Avoid these Toxic chemical used in Shampoo

ସୁନ୍ଦର କେଶ ଆମ ଚେହେରାର ସୈନ୍ଦର୍ଯ୍ୟକୁ ଆହୁରୀ ବଢ଼ିଯାଇଥାଏ । ଏହି କାରଣରୁ ମହିଳାମାନେ ସାମ୍ପୁ, କଣ୍ଡିସନର, ହେୟାର ଜେଲ, ସେରମ୍, ତେଲ ସହିତ ଅନେକ ପ୍ରଡକ୍ଟ ବ୍ୟବହାର କରନ୍ତି । ଏହି ହେୟାର କେୟାର ଉତ୍ପାଦଗୁଡ଼ିକ କେଶକୁ ଶକ୍ତିଶାଳୀ ଏବଂ ଷ୍ଟାଇଲିସ୍ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି ଏହି ଉତ୍ପାଦଗୁଡ଼ିକରେ କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ ?

ବଜାର ରାସାୟନିକ ଯୁକ୍ତ ହେୟାର ପ୍ରଡକ୍ଟରେ ପରିପୂର୍ଣ୍ଣ । ପ୍ରଡକ୍ଟ ଗୁଡ଼ିକର ପ୍ୟାକିଂ ଖୁବ ଆକର୍ଷଣୀୟ ହୋଇଥାଏ । ସମସ୍ତେ କେଶକୁ ଲମ୍ବା, ମୋଟା ଏବଂ ନରମ କରିବା ପାଇଁ ଏହି ପ୍ରଡକ୍ଟ ଗୁଡିକ ବ୍ୟବହାର କରନ୍ତି । କିନ୍ତୁ ଏହି ପ୍ରଡକ୍ଟ ଗୁଡ଼ିକ ଆପଣଙ୍କ କେଶକୁ କ୍ଷତି ପହଞ୍ଚାଇପାରେ ।ତେବେ ଆସନ୍ତୁ ଜାଣିବା ସାମ୍ପୁରେ କେଉଁ ରାସାୟନିକ ପଦାର୍ଥ ଅଛି ।

ପାରାବେନ-

ଏହା ଏକ ପ୍ରକାରର ପ୍ରିଜର୍ବେଟିଭ ଅଟେ ଯାହା ବ୍ୟୁଟି ପ୍ରଡକ୍ଟକୁ ଲମ୍ବା ସମୟ ଧରି ଖରାପ ହେବାକୁ ଦିଏନାହିଁ । ବ୍ୟୁଟିଲପାରାବେନ୍, ପ୍ରୋପିଲପାରାବେନ୍ ଏବଂ ମିଥାଇଲପାରାବେନ୍ ହେଉଛି କିଛି ସାଧାରଣ ପାରାବେନ୍ ଯାହା ସୌନ୍ଦର୍ଯ୍ୟ ଦ୍ରବ୍ୟରେ ବ୍ୟବହୃତ ହୁଏ । ସେମାନେ ଚର୍ମ ମାଧ୍ୟମରେ ଶରୀରରେ ପ୍ରବେଶ କରନ୍ତି ଏବଂ ହରମୋନ୍ ଏବଂ ଜିନ୍ ନଷ୍ଟ କରନ୍ତି । କେତେକ ପାରାବେନ୍ କର୍କଟ ସମେତ ଅନ୍ୟାନ୍ୟ ଗମ୍ଭୀର ରୋଗ ସୃଷ୍ଟି କରନ୍ତି ।

ଆଲକୋହଲ୍

ଆଲକୋହଲର ପ୍ରୟୋଗ ଅନେକ ହେୟାର ଏବଂ ବ୍ୟୁଟି ପ୍ରଡକ୍ଟରେ ବ୍ୟବହାର କରାଯାଏ । ଏଥିନାଲ, ଏସଡି ଆଲକୋହଲ ୪୦, ପ୍ରୋପେଲ, ଆଇସୋପ୍ରୋପିଲ, ପ୍ରୋପେନାଲ ପ୍ରଭୃତି ଖୁବ ସାଧାରଣ ଆଲକୋହଲ । ଆଲକୋହୱ କେଶକୁ ଖୁବ ଶୁଷ୍କ ସହ ଦୁର୍ବଳ ହୋଇଯାଏ ।

ସଲ୍‌ଫେଟ

ଏହା ଏକ ପ୍ରକାର କ୍ଲିନଜିଂ ଏଜେଣ୍ଟ ଯାହା ମଇଳା ସଫା କରିବାରେ ସାହାଯ୍ୟ କରେ । ଏହାର ବ୍ୟବହାର ଟୟଲେୟ କ୍ଲିନର, ଡିଟରଜେଣ୍ଟ, ସାବୁନ ଆଦିରେ ମଧ୍ୟ କରାଯାଏ । ସଲ୍‌ଫେଟ ସ୍କାଲପ୍‌ସକୁ ଶୁଷ୍କ କରିଦିଏ ଏବଂ କେଶରେ ଥିବା ପ୍ରକୃତିକ ତେଲ ସୀବମକୁ ନଷ୍ଟ କରିଦିଏ ଯେଉଁ କାରଣରୁ କେଶ ଝଡ଼ିବାକୁ ଲାଗେ । ଶାମ୍ପୁରେ ସୋଡିୟମ ଲୌରିଲ ସଲ୍‌ଫେଟ ଏବଂ ସୋଡିୟମ ଲୌରେଥ ସଲ୍‌ଫେଟ ମିଶି ରହିଥାଏ ।

ଫ୍ରେଗରାନ୍ସ-

ଅଧିକାଂଶ ପ୍ରଡକ୍ଟରେ ସୁଗନ୍ଧ ବଢ଼ାଇବା ପାଇଁ Phthalate କେମିକାଲର ବ୍ୟବହାର କରାଯାଏ । ରିସର୍ଚ ଆନୁଯାୟୀ  Phthalate କାରଣରୁ କ୍ୟାନସର, କିଡନୀ ଏବଂ ଫୁସଫୁସ ଖରାପ ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଏହା ରିପ୍ରୋଡକ୍ସନ ସିଷ୍ଟମରେ ମଧ୍ୟ ପ୍ରଭାବ ପକାଇ ଥାଏ । ଯେହେତୁ ଏହି କେମିକାଲର ବ୍ୟବହାର ପ୍ରଡକ୍ଟର ସୁଗନ୍ଧ ପାଇଁ ବ୍ୟବହାର କରାଯାଏ ତେଣୁ ଏହା ନିଃଶ୍ୱାସ ଏବଂ ଶରୀର ଦେଇ ପ୍ରବେଶ କରିଥାଏ ।

ଫର୍ମାଲଡିହାଇଡ୍

ଏହା ଏକ ରାସାୟନିକ ପଦାର୍ଥ । ଏହା ଅନେକ ସୌନ୍ଦର୍ଯ୍ୟ ଦ୍ରବ୍ୟରେ ବ୍ୟବହୃତ ହୁଏ ଯାହା ସେମାନଙ୍କୁ ନଷ୍ଟ ହେବାକୁ ରୋକିଥାଏ । ଏହି କେମିକାଲ କାରଣରୁ ମଣିଷ ମାନଙ୍କଠାରେ କର୍କଟ ଏବଂ ଶ୍ୱାସରୋଗର ଆଶଙ୍କା ବଢ଼ିବାରେ ଲାଗିଛି ।

ସାମ୍ପୁରେ ବ୍ୟବହୃତ କେମିକାଲ ପଦାର୍ଥର ପ୍ରଭାବକୁ ଏଡାଇବା ପାଇଁ ସେଗୁଡିକ ଅଳ୍ପ ପରିମାଣରେ ବ୍ୟବହାର କରାଯିବା ଉଚିତ । ତେଣୁ ଯଦି ସମ୍ଭବ ତେବେ ପ୍ରାକୃତିକ ସାମ୍ପୁ ବ୍ୟବହାର କରନ୍ତୁ ।

 

 

Leave a Reply