ବରଫ ମଧ୍ୟରେ ଅଢେଇ ଘଣ୍ଟା ରହି ବିଶ୍ୱ ରେକର୍ଡ଼ କଲେ ଏହି ବ୍ୟକ୍ତି

1 min read

ନୂଆଦିଲ୍ଲୀ: ବରଫ ସଂସ୍ପର୍ଶରେ ଆସିବାର କିଛି ସେକେଣ୍ଡ ମଧ୍ୟରେ ଆମେ ହଠାତ ତା ଠାରୁ ଦୂରେଇ ଯାଉ । କାରଣ ବରଫର ଅତ୍ୟଧିକ ଥଣ୍ଡାକୁ ସହ୍ୟ କରିବା ସହଜ ନୁହେଁ । କିନ୍ତୁ ନିକଟରେ ଏଭଳି ଜଣେ ବ୍ୟକ୍ତିଙ୍କ ଖବର ସାମ୍ନାକୁ ଆସିଛି, ଯାହାଙ୍କ କାରନାମା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ  ହୋଇଯିବେ । ବ୍ୟକ୍ତି ଜଣକ ଦୀର୍ଘ ସମୟ ଧରି ବରଫ ମଧ୍ୟରେ ରହି ନିଜ ବିଶ୍ୱ ରେକର୍ଡ଼ କରିଛନ୍ତି ।

ରିପୋର୍ଟ ଅନୁଯାୟୀ ଅଷ୍ଟ୍ରିୟାର ୪୨ ବର୍ଷୀୟ Josef Koeberl ନାମକ ଜଣେ ବ୍ୟକ୍ତି ୨ ଘଣ୍ଟା ୩୦ ମିନିଟ ୫୭ ସେକେଣ୍ଡ ପର୍ଯ୍ୟନ୍ତ ଏକ ଟ୍ରାନ୍ସପରେଣ୍ଟ  କାଚ ବକ୍ସ ମଧ୍ୟରେ ରହିଥିଲେ, ତାହା ମଧ୍ୟ  ବରଫରେ ପରିପୂର୍ଣ୍ଣ । ବକ୍ସରେ ୨୦୦ କିଲୋଗ୍ରାମରୁ ଅଧିକ ବରଫ ଥିଲା । ଯେଉଁଥିରେ ଯୋଶେଫ କେବଳ ସ୍ୱିମ ଟ୍ରାକ ପିନ୍ଧି ଛିଡ଼ା ହୋଇଥିଲେ ।

ଯନ୍ତ୍ରଣା ସହି ମଧ୍ୟ ଦୀର୍ଘ ସମୟ ଧରି ବରଫ ମଧ୍ୟରେ ଛିଡ଼ା ହୋଇ ରହିଥିବା ଯୋଶେଫଙ୍କ କହିବାନୁଯାୟୀ ସେହି ସମୟରେ ସେ ପଜିଟିଭ୍ ଇମୋଶନ ଉପରେ ଫୋକସ କରୁଥିଲେ । ଏହି କାରଣରୁ ସେ ରେକର୍ଡ଼ କରିବାରେ ସକ୍ଷମ ହେଲେ । ଏହି କାର୍ଯ୍ୟକ୍ରମର ଖୁବ ମଜା ନେଉଥିଲେ ଦର୍ଶକ । ୨୦୧୯ରେ ଯୋଶେଫ ବରଫରେ ୨ ଘଣ୍ଟା ୮ ମିନିଟ ୪୭ ସେକେଣ୍ଡ ମିନିଟ ବିତାଇଥିଲେ ।

ଯୋଶେଫଙ୍କ କହିବା ଅନୁସାରେ ଫ୍ରିଜ୍ ମଧ୍ୟରୁ ବାହାରକୁ ଆସିବା ପରେ ସୂର୍ଯ୍ୟ କିରଣରେ ତାଙ୍କୁ ଖୁବ ଶାନ୍ତି ମିଳିଥିଲା  ଏବଂ ସେହି ସମୟର ଅନୁଭୂତି ଥିଲା ତାଙ୍କ ପାଇଁ ନିଆରା ।  ପୁଣି ଲସ ଏଞ୍ଜଲସରେ ରେକର୍ଡ଼ ଭାଙ୍ଗିବେ ବୋଲି ନିଜ ବୟାନରେ ଉଲ୍ଲେଖ କରିଛନ୍ତି ଯୋଶେଫ ।

Leave a Reply