ଅଷ୍ଟ୍ରିଆର ଭିଏନାରେ ଆତଙ୍କବାଦୀ ଆକ୍ରମଣ, ୨ମୃତ ୧୫ଆହତ

ଭିଏନା: ଫ୍ରାନ୍ସ ପରେ ଅଷ୍ଟ୍ରିଆର ଭିଏନାରେ ଆତଙ୍କବାଦୀ ଆକ୍ରମଣ । ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଗୁଳି ବିନିମୟରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି । ଅଷ୍ଟ୍ରିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଛି । କୁହାଯାଉଛି ଯେ ଏହି ଆତଙ୍କବାଦୀଙ୍କ ସହ ପୋଲିସର ଗୁଳିବିନିମୟରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

ଭିଏନାର ୬ଟି ସ୍ଥାନରେ ଫାୟାରିଂ କରିଛନ୍ତି ବନ୍ଧୁକଧାରୀ । ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫ ଜଣ ଆହତ ହୋଇଛନ୍ତି । ମୃତକ ଦ୍ୱୟଙ୍କ ମଧ୍ୟରେ ଜଣେ ଆତଙ୍କବାଦୀ । କରୋନା ଲକଡାଉନ ପୂର୍ବରୁ ସିଟି ସେଣ୍ଟର ପାଖ ଗଳିରେ ଲୋକଙ୍କ ଗହଳି ଚହଳି ଲାଗିଥିବା ବେଳେ ଅଜ୍ଞାତ ବନ୍ଧୁକଧାରୀ ଅଚାନକ ଗୁଳିମାଡ଼ କରିଥିଲେ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିବାରୁ ପୋଲିସର ପ୍ରଂଶସା କରିଛନ୍ତି ଅଷ୍ଟ୍ରିଆ ଚାନସେଲର ସେବାଷ୍ଟିଆନ କ୍ରୁଜ୍ । ଏହି ଘଟଣା ଏକ ଘୁଣ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି ଚାନସେଲ । ତେବେ ଏବେବି ପୋଲିସର ଅପରେସନ ଜାରି ଥିବା ବେଳେ, ଲୋକଙ୍କୁ ଘରବାହାରକୁ ନବାହରିବାକୁ ଅପିଲ କରିଛି ପୋଲିସ ।

Leave a Reply